-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବୁଥ ପରିଚାଳନା ପାଇଁ ନିଯୁକ୍ତ କର୍ମଚାରୀ ମାନଙ୍କ ଭୋଟ ଗ୍ରହଣ ପୁର୍ବଦିନ ଯୋଗଦାନକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏନେଇ ଆଜି ବିଡିଓଙ୍କ ସହ ଆଲୋଚନା କରିବା ପରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ହେଲେ ନିର୍ବାଚନ ପାଇଁ ନିଜୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ୧୫ ତାରିଖ ଦିନ ଯୋଗଦାନ କରିବା ପାଇଁ ନିର୍ଦେଶ ରହିଛି । ଯାହାକୁ ନେଇ କର୍ମଚାରୀଙ୍କ ମନରେ ଗଭିର ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ଅନୁସାରେ ପୁର୍ବଦିନ ଅର୍ଥାତ ୧୫ ତାରିଖ ଦିନପହଂଚି ୧୬ ତାରିଖ ଦିନ ଭୋଟଗ୍ରହଣ କରାଇବା ବହୁ କଷ୍ଟକର ବୋଲି କହିଛନ୍ତି । କାରଣ ସ୍ୱଲ୍ପ ସମୟ ମଧ୍ୟରେ କାଗଜାତ କାମ ସାରିବା, ଭୋଟକେନ୍ଦ୍ରକୁ ସଜ୍ଜିକରଣ କରିବା ଏବଂ ଭୋରରୁ ଉଠି ସକାଲ ୭ ଟାରେ ପୋଲିଂ କାର୍ଯ୍ୟ ଆରମ୍ଭ କରିବା ସହଜ ହେବ ନାହିଁ । ଏଣୁ ନିୟୋଜିତ କର୍ମଚାରୀ ମାନେ ଯୋଗଦାନକୁ ଆଉ ଗୋଟିଏ ଦିନ ଧାର୍ଯ୍ୟ କରିବା ଦାବିରେ ବିଡିଓ ହେମସାଗର ଭୋଇଙ୍କ ସହ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।