-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବହଳଗୁଭା ଗ୍ରାମକୁ ଜଣେ ଅଜଣା ନାବାଳିକା କୋଉଆଡୁ ଚାଳିଚାଳି ପଲାଇ ଆସିଥିଲା। ଝିଅଟିକୁ ଦେଖି ଗ୍ରାମବାସୀ ତାର ପରିଚୟ ପଚାରିବା ସହ କାହାସହ କିପରି ଭାବେ ଏଠାକୁ ପହଞ୍ଚିଛ ବୋଳି ପଚାରିଥିଲେ । ହେଲେ ଝିଅ ଠିକ ଭାବରେ କିଛି କହି ପାରୁ ନ ଥିବାରୁ ଓ ସେ ଭିନ୍ନ ଭିନ୍ନ କଥା କହୁଥିବାରୁ ଗାଁର ସମସ୍ତେ ପ୍ରଥମେ ଚିହ୍ନିବାକୁ ଚେଷ୍ଟା କରିଥିଲେ। ହେଲେ କେହି ବି ଚିହ୍ନି ନ ପାରିବାରୁ ଗାଁର ଯୁବ ଶିକ୍ଷକ ମାନସ ପୁରୋହିତ ସିନ୍ଧେକେଲା ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ ଙ୍କୁ ଫୋନରେ ଏ ବିଷୟରେ ଅବଗତ କରିଥିଲେ। ଖବରପାଇ ଆମ ପ୍ରତିନିଧି ସିନ୍ଧେକେଲା ଥାନାଧିକାରିଙ୍କୁ ଏ ବିଷୟରେ ଅବଗତ କରିଥିଲେ ଥାନାଧିକାରିଙ୍କ ନିର୍ଦ୍ଦେଶରେ ଏସଆଇ ତରସିଲା ବାର୍ଲା ପୋଲିସ ଷ୍ଟାଫ ସହ ବହଳଗୁଭା ପହଞ୍ଚି ଝିଅ ଠାରୁ ତା ପରିଚୟ ଓ ସେ କୋଉ ଗାଁରୁ ଆସିଛି ଜାଣିବାକୁ ଚେଷ୍ଟା କରିଥିଲେ । ତା ସହ କଥା ହେଲା ବେଳେ ସେ ବାରମ୍ବାର ଟିଟିଲାଗଡ ନାମ ନେଉଥିବାରୁ ଟିଟିଲାଗଡ ପୋଲିସ କୁ ଏ
ବିଷୟରେ ଅବଗତ କରିବା ପରେ ଝିଅର ପରିବାର ଓ ତା ନିଜ ଗାଁ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଏସଆଇ ବାର୍ଲା ଝିଅଟିକୁ ସାଙ୍ଗରେ ନେଇ ଟିଟିଲାଗଡ ଥାନା ଅନ୍ତର୍ଗତ ଡଙ୍ଗରପଡା ଗ୍ରାମରେ ପହଞ୍ଚି ଝିଅଟିକୁ ତା ପରିବାର କୁ ହସ୍ତାନ୍ତର କରିଥିଲେ । ଝିଅ ପରିବାର ପାଖରେ ପହଞ୍ଚି ପାରିଥିବା ଓ ସିନ୍ଧେକେଲା ପୋଲିସ କିଛି ଘଣ୍ଟାରେ ଝିଅକୁ ତା ପରିବାର ହାତରେ ହସ୍ତାନ୍ତର କରି ପାରିଥିବାରୁ ଏସଆଇ ବାର୍ଲା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ସିନ୍ଧେକେଲା ଅଞ୍ଚଳରେ ଶିଶୁବଳୀ ଠାରୁ ଆରମ୍ଭ କରି ଗୁଣିଗାରେଡି ସନ୍ଦେହ କୁ ନେଇ ବିଗତ ଦିନରେ ବହୁ ଘଟଣା ଘଟିଯାଇଛି। ତେଣୁ ଅଞ୍ଚଳରେ ଏପରି ଘଟଣାରେ ଲୋକେ ସମ୍ବେଦନଶୀଳ ହେବା ସ୍ବାଭାବିକ।