-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ସୁବର୍ଣ୍ଣପୁର // ଆୟୁଷ ମନ୍ତ୍ରଣାଳୟ , ନେସନାଲ ଯୋଗାସନ ଫେଡେରେସନ ୱାର୍ଲଡ ଯୋଗାସନ ଆସୋସିଆସନ ଅଫ ଇଣ୍ଡିଆନ ୟୁନିଭରସିଟି ଫିଟ ଇଣ୍ଡିଆ, ମିଶନ ର ଆହ୍ୱାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଷ୍ଟିୟ ସ୍ଵୟଂ ସେବକ ସଂଘ ପକ୍ଷରୁ ସାମୁହିକ ସୂର୍ଯ୍ୟ ନମସ୍କାର ଓ ରାଷ୍ଟ୍ର ବନ୍ଦନାର ଅଭ୍ୟାସ ଅନୁଷ୍ଟିତ ହୋଇ ଯାଇଛି । ପ୍ରତି ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କାମନା ରେ ଏ ମହତ ପ୍ରୟାସ ସାରା ଦେଶରେ ଏବେ କରା ଯାଉଛି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲାର କ୍ରୀଡ଼ା ଭାରତୀ ସଭାପତି ଦୁର୍ୟୋଧନ ରାଉତ ଙ୍କ ତତ୍ବାବଧାନରେ ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା , ରାଜେଶ ସିଂହଙ୍କ ଉଦ୍ୟମରେ ସହର ର ରାଜ କଲେଜର
ସମର ଶିକ୍ଷାର୍ଥୀ ବାହିନୀ , ମହାରାଜା ସ୍କୁଲ , ବାଳିକା ଉଚ୍ଚ ବିଦ୍ୟାଳୟ , ସାହାରା ଟ୍ରଷ୍ଟ ହାଇସ୍କୁଲ , କୋଶଳ ହାଇସ୍କୁଲ ଓ ସରକାରୀ ଆଦର୍ଶ ସ୍କୁଲ ପିପିଲିପାଲି ସୁବର୍ଣ୍ଣପୁର ସମେତ ,ବିଜୁ ପଟ୍ଟନାୟକଙ୍କ ଛକ, ଲୁଲୁ ଫିଲ୍ଡ , ରିଜର୍ଭ ପଡିଆ ସମ୍ମୁଖ ରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯକ୍ରମ
କରାଯାଇଥିଲା । ପ୍ରତି ସ୍କୁଲ ର ପ୍ରଧାନ ଶିକ୍ଷକ, ଆୟୋଜକ ଆର୍ ଏସ୍ ଏସ୍ ସମେତ ସ୍ଵଚ୍ଛ ଭାରତ ସଂଗଠନ, ପତଞ୍ଜଳି ୟୁବା ଭାରତ , ରକ୍ତଦାତା ସେବା ସଂଘ, ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ, ପଏଁରି, ବୁଢ଼ାରଜା ଯୁବକ ସଂଘ, କୁଷ୍ଟା ଶ୍ରମ ,ଏସ ବି ଆଇ ଟ୍ରେନିଙ୍ଗ ସେଣ୍ଟର ସମେତ ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତା ଓ ବରିଷ୍ଟ ବ୍ୟକ୍ତି ବିଶେଷ ଏ ମହତ କାର୍ଯ୍ ରେ ନିଜକୁ ସାମିଲ କରିଥିଲେ । ଏହା ୧ ଫେବୃଆରୀ ଆରମ୍ଭ ହୋଇ ୭ତାରିଖରେ ସମାପନ ରଥ ସପ୍ତମୀ ଦିନ ଶେଷ ହୋଇଛି । ଯେଉଁଠି ଜିଲ୍ଲାର ପ୍ରତି ବର୍ଗର ଲୋକ ଓ ୟୋଗ ଶୁଭେଚ୍ଛୁ ଙ୍କ ଉଦ୍ୟମରେ ଜିଲ୍ଲା ରୁ ୮ ଲକ୍ଷ ରୁ ଉର୍ଦ୍ଧ ସୂର୍ଯ୍ୟ ନମସ୍କାର ରାଷ୍ଟ୍ର ସକାଶେ ସମର୍ପଣ କରା ଯାଇଛି ।