-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ଖୋର୍ଦ୍ଧା // ୨୦ତମ ମା' ଭୁଆସୁଣୀ ଫୁଟବଲ ଟୂଣ୍ଣାମେଣ୍ଟ ଚୋତିପାଳଙ୍ଗ ଗତ ରବିବାର ଦିନ ଉଦଯାପିତ ହୋଇଯାଇଛି। ଗତ ୧ତାରିଖ ଠାରୁ ଆରମ୍ଭ ହୋଇ ୭ତାରିଖ ପର୍ଯ୍ୟନ୍ତ ସବୁ ଦିନ ଦୁଇଟି ଦଳକୁ ନେଇ ମ୍ୟାଚ ଚାଲିଥିଲା । ଫାଇନାଲ ମ୍ୟାଚରେ କଡବ ଓ ଚୋତିପାଳଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସର୍ବଶେଷରେ କଡବ ଦଳ ୪-୦ ଗୋଲରେ ଚମ୍ପିୟାନ ହୋଇଥିଲା।
ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା, ସଂଯୋଜକ ପ୍ରକାଶ କୁମାର ନାୟକ, ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ମୋ ବେଗୁନିଆ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ସୁଧାକର ସେଠୀ ଓ ସମ୍ମାନିତ ଅତିଥି ବିଦ୍ୟାଧର ସାହୁ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ଖେଳାଳି ମାନଙ୍କୁ ସମ୍ମାନୀତ କରାଯାଇଥିଲା।