-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
କନ୍ଧମାଳ : ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଏହି ଭଲି ଦୁର୍ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ଭେଟ୍ କୋଲ୍ ଘାଟି ନିକଟରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ । ହେଲେ ଭେଟ୍ କୋଲ୍ ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର
ଶିକାର ହୋଇଥିଲା । ଗାଡ଼ି ରାସ୍ତା କଡ଼କୁ ଖସିଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏବେ ଯାଏଁ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।