-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ଭୁବନେଶ୍ୱର - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ରାଜ୍ୟରେ ୨୩ ଜଣ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ଘଟିଛି । ଏଥି ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୩୪ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଙ୍କ ମୃତ୍ୟୁ ଘଟିଛି । ସେହିଭଳି ନୟାଗଡ଼ ଏବଂ କୋରାପୁଟ ଜିଲ୍ଲାର ଦୁଇ ଜଣ କରୋନା ସଂକ୍ରମିତ ରେ ମୃତ୍ୟୁ ଘଟିଛି । ଜଗତସିଂହପୁର ,ଭଦ୍ରକ,ଗଞ୍ଜାମ, କଳାହାଣ୍ଡି,ବଲାଙ୍ଗୀର,କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯ ଜଣ ଆକ୍ରାନ୍ତ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ ଜିଲ୍ଲା ରୁ ୧୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ,ଅନୁଗୁଳ ଜିଲ୍ଲାରୁ ୯୭ ଜଣ,ବୌଦ୍ଧ ଜିଲ୍ଲାରୁ ୫୫ ଜଣ,ବାଲେଶ୍ଵର ଜିଲ୍ଲାରୁ ୪୦, ଭଦ୍ରକ ଜିଲ୍ଲା ରୁ ୪୦, ଗଜପତି ଜିଲ୍ଲାରୁ ୬୪, ଦେବଗଡ଼ ଜିଲ୍ଲାରୁ ୯,କଟକ ଜିଲ୍ଲାରୁ ୧୫୫, ଢେଙ୍କାନାଳ ଜିଲ୍ଲାରୁ ୬୧, ଯାଜପୁର ଜିଲ୍ଲାରୁ ୫୩, ଗଞ୍ଜାମ ଜିଲ୍ଲାରୁ ୩୫, ଝାରସୁଗୁଡ଼ା ଜିଲ୍ଲାରୁ ୫୬, ଜଗତସଂହପୁର ଜିଲ୍ଲାରୁ ୩୨, କନ୍ଧମାଳ ଜିଲ୍ଲାରୁ ୪୪, କଳାହାଣ୍ଡି ଜିଲ୍ଲାରୁ ୩୬, ଖୋର୍ଦ୍ଧା ଜିଲ୍ଲାରୁ ୪୨୯, କେନ୍ଦ୍ରାପଡ଼ା ଜିଲ୍ଲା ରୁ ୭୬, କେଉଁଝର ଜିଲ୍ଲା ରୁ ୪୦, କୋରାପୁଟ ଜିଲ୍ଲା ରୁ ୪୫, ନବରଙ୍ଗପୁର ଜିଲ୍ଲା ରୁ ୪୩, ମୟୂରଭଞ୍ଜ ଜିଲ୍ଲା ରୁ ୪୨, ମାଲକାନଗିରି ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୩୮, ନୟାଗଡ଼ ଜିଲ୍ଲାରୁ ୭୦, ପୁରୀ ଜିଲ୍ଲାରୁ ୩୪, ରାୟଗଡ଼ା ଜିଲ୍ଲାରୁ ୪୩,ସୋନପୁର ଜିଲ୍ଲାରୁ ୩୭, ସମ୍ବଲପୁର ଜିଲ୍ଲାରୁ ୫୬,ସୁନ୍ଦରଗଡ଼ ଜିଲ୍ଲାରୁ ୨୧୯ ଜଣ ଓ ଷ୍ଟେଟ ପୂଲ୍ ରୁ ୭୮ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨,୬୬,୮୭୭ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨,୬୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।