-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ଭୁବନେଶ୍ୱର - ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୦୬ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୨୬୬୮୧୧ କୁ ବୃଦ୍ଧି ପାଇଛି । ସଂକ୍ରମିତ ଙ୍କ ମଧ୍ୟରୁ ୧୨୨୯ ଜଣ କ୍ୱାରେନ୍ଟାଇନ ରେ ଥିବା ବେଳେ ୮୭୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଏହି ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ ର ୩୨୪ ଜଣ ରହିଛନ୍ତି । ରାଜ୍ୟରେ ରବିବାର ପର୍ଯ୍ୟନ୍ତ ସମୁଦାୟ ୧୨୬୬୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୨୩୬୭୨ ସକ୍ରିୟ କେସ ରହିଛି ଓ ୧୨୩୪୩୫୨ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୨୭୯୯୬୫୧୪ ସେମ୍ପୂଲ୍ ପରୀକ୍ଷା ହୋଇଛି । କରୋନା ରାଜ୍ୟରେ ସକ୍ରିୟ ଥିବା ବେଳେ ସରକାର ସ୍କୁଲ କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।