-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସରସ୍ବତୀ ପୂଜା ଠାରୁ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ କୋଭିଡ କଟକଣା ଯୋଗୁଁ ଦୁଇ ଦିନରେ ସୀମିତ କରାଯାଇଛି। ପ୍ରଥମ ଦିବସ କଳସ ଶୋଭାଯାତ୍ରା ସହ ପୂଜାରମ୍ଭ ହୋଇ ଥିଲା। ଏହି ପୂଜାରେ କର୍ତ୍ତା ଭାବେ ବସନ୍ତ ବରିହା ସସ୍ତ୍ରୀକ ତଥା ଗ୍ରାମର ପୁରୋହିତ ରବୀନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ନିର୍ବାହ କରିଥିଲେ। ସଂଧ୍ୟା ରେ କାଳିଦାସ ମଣ୍ଡପ ଠାରେ ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ସଭାପତିତ୍ବ କରିଥିଲେ। ବେହେରାପାଲି ଠାରେ ପୂର୍ବରୁ ଶିକ୍ଷକତା କରୁଥିବା ପିପିଲି ପାଲି ର ପୁରୁଷୋତ୍ତମ ଭୋଇ , ସରକଣ୍ଡା ର ଅର୍ଜୁନ ମିଶ୍ର ଏବଂ ଇଛାପାଲିର ବାଳମୁକୁନ୍ଦ ଭୋଇ ଙ୍କୁ ଗୁରୁ ଶ୍ରୀ ସମ୍ମାନ ପ୍ରଦାନ ସହ ଉପଢୌକନ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ନିଜର ଶିକ୍ଷକତା ଜୀବନ ର ଅନୁଭୂତି ପ୍ରଦାନ କରିଥିଲେ। ଦଇନି ସାହିତ୍ୟ ସଂସ୍କୃତି ପରିଷଦ ର ବାର୍ଷିକ ପତ୍ରିକା ଦଇନି କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲଳିତ ସାହୁ, ଦିବାକର ମେହେର, ଜନାର୍ଦନ ସାହୁ, ଭୀଷ୍ମ ଦେବ ମେହେର, ଡିଲେଶ୍ବର ସାହୁ, ବୁଦ୍ଧଦେବ ସାହୁ, ଫକୀର ଭୁଏ ମଞ୍ଚାସିନ ଥିଲେ। ଏହା ପରେ ବୁଡାମାଲ ର ସରିତା ବେହେରା,ଡୁମେରପାଲି ର ସ୍ନେହାସ୍ମିତା ସାହୁ, ଶ୍ରୀୟାଶ୍ରୀ ସାହୁ, ରୁବି ନାୟକ ନୃତ୍ୟ ପରିବେଷଣ କରିଥିଲେ। କୁନି କଳାକାର ସ୍ବାଗତ, ହରିଶ, ଦିବ୍ଯ ବାଦ୍ଯ ବଜାର ଥିଲେ। କବି ଅଲିଭା ପ୍ରଧାନ, ସୁଶାନ୍ତ ସାହୁ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କୁମର ମେହେର, ଧରଣୀ , ନିଲାନ ଭଜନ ଗାନ ସହ ବାଦ୍ଯ ଯନ୍ତ ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମା ସୁଇ, ହଲଧର ମେହେର, ଭୂବନେଶ୍ବର ମେହେର, ଜିନୁ ଭୁଏ , ବାଳକୃଷ୍ଣ ଧୀବର, ମହେନ୍ଦ୍ର ସା, ଆନନ୍ଦ ଭୁଏ, ଜିତେନ୍ ମେହେର, ଭରତ ମେହେର ପ୍ରମୂଖ ପରିଚାଳନା କରିଥିଲେ।