-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ସବୁ ଦେଶ ଭଳି ଆମ ଦେଶ ମଧ୍ୟ ଆଇନ କାନୁନ ଦ୍ୱାରା ବନ୍ଧା ହୋଇଛି। ଯାହା ସମସ୍ତ ଜନସାଧାରଣ ଏହାକୁ ମାନିବା ବାଧ୍ୟତାମୂଳକ ଅଟେ। ଆଇନ ସମସ୍ତଙ୍କ ପାଇଁ ସମାନ ଅଟେ। ଜଣେ ସାଧାରଣ ମଣିଷ ହେଉ କିମ୍ବା ଉଚ୍ଚ କୋଟିର ଲୋକ ବା ଉଚ୍ଚ ପଦସ୍ଥ କର୍ମଚାରୀ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଆଇନ ସମାନ ହୋଇଥାଏ। କୋର୍ଟ ର ସମସ୍ତ ନିଷ୍ପତି ସ୍ୱାଗତ ଯୋଗ୍ୟ ଅଟେ। ଏହା ବ୍ୟତୀତ ଏ ସମସ୍ତ ନୀତି
ସବୁ ଦେଶ ଭଳି ଆମ ଦେଶ ମଧ୍ୟ ଆଇନ କାନୁନ ଦ୍ୱାରା ବନ୍ଧା ହୋଇଛି। ଯାହା ସମସ୍ତ ଜନସାଧାରଣ ଏହାକୁ ମାନିବା ବାଧ୍ୟତାମୂଳକ ଅଟେ। ଆଇନ ସମସ୍ତଙ୍କ ପାଇଁ ସମାନ ଅଟେ। ଜଣେ ସାଧାରଣ ମଣିଷ ହେଉ କିମ୍ବା ଉଚ୍ଚ କୋଟିର ଲୋକ ବା ଉଚ୍ଚ ପଦସ୍ଥ କର୍ମଚାରୀ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଆଇନ ସମାନ ହୋଇଥାଏ। କୋର୍ଟ ର ସମସ୍ତ ନିଷ୍ପତି ସ୍ୱାଗତ ଯୋଗ୍ୟ ଅଟେ। ଏହା ବ୍ୟତୀତ ଏ ସମସ୍ତ ନୀତି ନିୟମ କୁ ମାନିବା ଏକ ପ୍ରକାର ବାଧ୍ୟତାମୂଳକ ଅଟେ। ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅନେକ ପ୍ରକାରର ନୀତି ନିୟମ ରହିଛି। ଯାହାକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ। କିନ୍ତୁ ଏହି ନୀତି ନିୟମ କୁ ଯେଉଁମାନେ ଅବମାନନା କରିଥାନ୍ତି ସେମାନଙ୍କ ପାଇଁ ଦଣ୍ଡ ବିଧାନ ମଧ୍ୟ ରହିଛି।
କେଉଁ ଦୋଷ କଲେ କେଉଁ ଦଣ୍ଡ ମିଳିବା ଉଚିତ୍ ସେ ସବୁ ପୂର୍ବରୁ ଆମ ସମ୍ବିଧାନ ଧାରା ଅନୁସାରେ ଲେଖା ହୋଇ ରହିଛି। ଯେ କୌଣସି ବି ଘଟଣା ହେଉନା କାହିଁକି ତାହାକୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିଥାନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେଉ ବା ରାଜ୍ୟ ମାନଙ୍କରେ ଛୋଟ ଛୋଟ କୋର୍ଟ ହୁଅନ୍ତୁ, ସମସ୍ତ ଘଟଣାକୁ ଭଲ ଭାବରେ ତଦନ୍ତ କରି ତାର ଉଚିତ୍ ଫଇସିଲା ଶୁଣାଇ ଥାଆନ୍ତି।
: ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଶୁଣାଣି କରିଛନ୍ତି ପାଟନା କୋର୍ଟ। ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ର ଶୁଣାଣି କରି ବଡ଼ ରାୟ ପାଟନା କୋର୍ଟ ଦେଇଛନ୍ତି। ଯଦି ବିବାହ ପରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡ଼ି ଚାଲି ଯାଉଛନ୍ତି। ତେବେ ତା ହେଲେ ଆପଣ ମାନେ ଆଦୌ ବ୍ୟସ୍ତ ହୁଅନ୍ତି ନାହିଁ ।ସ୍ତ୍ରୀ ଛାଡ଼ି ଗଲା ପରେ ମଧ୍ୟ ଆପଣ ମାନେ ଆଉ ଏକ ଯୁବତୀଙ୍କୁ ଦେଖି ବିବାହ କରି ପାରିବେ ବୋଲି ପାଟନା କୋର୍ଟ ଏଭଳି ମାମଲା ର ଶୁଣାଣି କରିଛନ୍ତି।
ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଲା, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କ ସହିତ ପ୍ରତାରଣା କରି ଛାଡ଼ି ଚାଲି ଯାଇଛନ୍ତି। ଏହା ପରେ ସ୍ୱାମୀ ପତ୍ନୀ ଙ୍କ ନାମରେ କୋର୍ଟ ରେ ଦାୟର କରିଥିଲେ। ସ୍ୱାମୀ ନଗେନ୍ଦ୍ର ଙ୍କ କହିବା ଅନୁସାରେ, ବିବାହ ପରେ ତାଙ୍କ ସ୍ତ୍ରୀ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁଥିଲେ। ନଗେନ୍ଦ୍ର ତାଙ୍କ କଥାରେ ମଧ୍ୟ ରାଜି ହୋଇଥିଲେ। କଲେଜରେ ନାମ ମଧ୍ୟ ଲେଖାଇଥିଲେ
ନଗେନ୍ଦ୍ର ଙ୍କ ସ୍ତ୍ରୀ ର ନାମ ହେଉଛି ତାନିଆ। ତାନିଆ ଶାଶୁ ଘରେ ରହି କ୍ଲାସ୍ କରିବା ପାଇଁ ଯାଉଥାଏ। କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କୁଆଡ଼େ ଗାୟବ ହୋଇ ଯାଇଥିଲେ। ଏହା ପରେ ନଗେନ୍ଦ୍ର ନିଜ ସ୍ତ୍ରୀ ଙ୍କୁ ପାଗଳ ପରି ଖୋଜିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା କି, ରାଜେଶ କୁମାର ନାମକ ଜଣେ ଯୁବକ ଙ୍କ ସହ ତାନିଆ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଏହା ପରେ ନଗେନ୍ଦ୍ର କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଏକ ରାୟ ଦେଇଥିଲେ କି ତୁମେ ତାନିଆ ଙ୍କୁ ଭୁଲି ଆଉ ଜଣେ ଝିଅ ଙ୍କୁ ଦେଖି ବାହା ହୋଇଯାଅ। କୋର୍ଟ ର ଏଭଳି ନିଷ୍ପତି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।