-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ବରଗଡ଼ :- ବରଗଡ଼ ସହର ନିଲିବନ୍ଦ ପଡ଼ା ୱାର୍ଡ ନମ୍ବର ୨ ରେ ନିଜ ସ୍ତ୍ରୀ ସହିତ ବସବାସ କରୁଥିବା ହେମକାର ସାହୁ(୬୯) ଲୁଣ ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ ସବୁଆଡେ ତାଙ୍କୁ ଲୁଣ ଵାଲା ବୋଲି ଲୋକ ଜାଣିଥିଲେ ତେବେ ସେ ନିସନ୍ତାନ ଥିଲେ ତେଣୁ ଘରେ ତାଙ୍କ ସ୍ତ୍ରୀ ସୀତା ସାହୁ ଓ ହେମକାର ସାହୁ ଉଭୟ ସ୍ୱାମୀ ସ୍ତ୍ରୀ ରହି ଆସୁଥିଲେ । କିନ୍ତୁ ବିଧିର ବିଧାନ କୁ କେହି ବଦଳାଇ ପାରିବେ ନାହିଁ । ଜନ୍ମ ହୋଇଥିଲେ ମୃତ୍ୟୁ ସୁନଶ୍ଚିତ ଅଟେ । ଆଜି ମଧ୍ୟାହ୍ନ ୧୨ ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ଶଯ୍ୟାଶାୟୀ ହେମକାର ଙ୍କର ପରଲୋକ ହୋଇଥିଲା ତେବେ ତାଙ୍କର କେହି ସନ୍ତାନ ନଥିବା ବେଲେ ଆତ୍ମୀୟ ସ୍ଵଜନୀୟ ମଧ୍ୟ ପାଖ ମାଡିନଥିଲେ ଏଣୁ ତାଙ୍କର ବାସଭବନରେ ମୃତ ହେମକାର ଙ୍କର ଶବ ପଡିରହିଥିବା ବେଳେ ତାଙ୍କ ସ୍ତ୍ରୀ ସୀତା ସାହୁଙ୍କ କରୁଣ କ୍ରନ୍ଦନରେ ଅନେକ ଲୋକଙ୍କ ହୃଦୟକୁ କନ୍ଦାଇ ଦେଇଥିଲା ହେଲେ କେହି ମଧ୍ୟ ତାଙ୍କର ଶବ ସତ୍କାର ପାଇଁ ଆଗେଇ ନସିବାରୁ ଶେଷରେ ଜଣେ ସଚେତନ ମହିଳା ଭାବରେ ନିଲିବନ୍ଦ ପଡାର ଅଶାକର୍ମୀ ପୁଷ୍ପା ସାହୁ ଓ ଜୋଶବନ୍ତି ଯାଦବ ସ୍ବେଛାସେବୀ ଅନୁଷ୍ଠାନ "ସଂକଲ୍ପ ପରିବାର" କୁ ଖବର ଦେଇଥିଲେ ଖବର ପାଇବା ମାତ୍ରେ ସଂକଲ୍ପ ପରିବାର ସଦସ୍ୟ ବିକାଶ ଅଗ୍ରୱାଲ, ନିଧାନ ଦନ୍ତା,ଜି ରମେଶ ,ସନ୍ତୋଷ ସାହୁ,ରାଜେଶ ସରାଫ,ଲୋକନାଥ ମେହେର, ସମ୍ୟ ପୃଷ୍ଟି ପ୍ରମୁଖ ମୃତ ହେମକାର ଙ୍କ ଘରକୁ ଯାଇ ସମୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁସାରେ ନିଜ ପରିବାରର ସଦସ୍ୟ ପରି ମୃତ ଶରୀରକୁ କାନ୍ଧେଇ କି ସ୍ଥାନୀୟ ଜୀରାନଦୀ କୁଳ ସ୍ମଶାନ କୁ ନେଇ ସସମ୍ମାନେ ଶବ ସତ୍କାର କରିଥିଲେ । ତେବେ ଶବ ସତ୍କାର କରିବା ପାଇଁ ବରଗଡ ସହରରେ କାଠ ନମିଳିବାରୁ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ପରେ ନିଜସ୍ୱ ଉଦ୍ୟମରେ ବରଡୋଲ ଗ୍ରାମରୁ କାଠ ଆଣି ସଂକଲ୍ପ ପରିବାର ସ୍ବେଛସେବୀ ମାନେ ଶବ ସତ୍କାର କରିଥିଲେ ।ଅନେକ ସମୟରେ କାଠ ଯୋଗାଇବା ପାଇଁ ଜିଲ୍ଲା ପ୍ରସାଶନ ବା ପୌରପରିଷଦ ଅଧିକାରୀ କେବଳ ପ୍ରତିଶୃତି ଦେଇ ନିଜର କର୍ତବ୍ୟକୁ ଭୁଲି ଯାଉଥିବା ବେଳେ ସାଧାରଣ ଲୋକେ ତାଙ୍କର ଆତ୍ମୀୟ ସ୍ଵଜନ୍ୟ ଙ୍କ ମୃତ୍ୟ ବରଣ ପରେ କାଠ ନପାଇଁ ହଟହଟା ହେଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ କୁ ନିବେଦନ ଯେ ତୁରନ୍ତ ଏ କାଠ ସମସ୍ୟାକୁ ସମାଧାନ କରୁ ।