-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ପାଟଣାଗଡ଼,: ଜଣେ ମହିଳାଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଡ଼ଙ୍ଗାଭଟା ଗାଁରେ ଆଜି ରାତିରେ ସ୍ୱାମୀ ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଏବଂ ପତ୍ନୀ ପ୍ରତିମା ଷାଣ୍ଢ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ହଠାତ୍ ଏକ ଦନ୍ତା ହାତୀ ଘର ଭାଙ୍ଗି ଘରେ ଥିବା ତିନି ଚାରି ପ୍ୟାକେଟ୍ ଚାଉଳ ଖାଇବା ଦେଇ ପ୍ରତିମା ଷାଣ୍ଢ(୫୮)ଙ୍କୁ ଦଳି ମାରି ଦେଇଥିଲା । ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଘଟଣା ସ୍ଥଳରୁ ଦୌଡ଼ି ପଳାଇ ପ୍ରାଣ ବଂଚାଇଥିଲେ ମଧ୍ୟ ପ୍ରତିମାଙ୍କୁ ଦଳି ଦେଇଥିଲା ଦନ୍ତା । ଲରମ୍ଭା ଥାନା ପୋଲିସ ଓ ବନ ବିଭାଗ ଅଧିକାରୀ ରେଞ୍ଜର ରାଜକୃଷ୍ଣ ଭୋଇ , ଲରମ୍ଭା
ଫରେଷ୍ଟର ଭାଗବତ ଦାସ, ଶ୍ୟାମସୁନ୍ଦର ସାହୁ ତଥା କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ମଧ୍ୟ ଶବ ପଡ଼ିରହିଛି । ଗାଁ ନେତା ଓ ଲୋକଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ମୃତ ମହିଳା ଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ପ୍ରାଥମିକ ତଦନ୍ତ ପରେ ସରକାରୀ ସହାୟତା ରାଶି ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଏବଂ ସମସ୍ତ ତଦନ୍ତ ପରେ ସରକାର ଙ୍କ ନିୟମାନୁସାରେ ଅଧିକ ସରକାରୀ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ରେଞ୍ଜର ରାଜକୃଷ୍ଣ ଭୋଇ ଓ ଲରମ୍ଭା ଫରେଷ୍ଟର ଭାଗବତ ଦାସ ସୂଚନା ଦେଇଛନ୍ତି ।