-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ସୁବର୍ଣ୍ଣପୁର// ବିନିକା ବ୍ଲକ ଶଂକରା ଗ୍ରାମର ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ କଥାକାର ଏବଂ ଏ ଅଂଚଳର ଜଣାଶୁଣା ବ୍ଯକ୍ତୀତ୍ବ ମୋହନ ବିଭାର (73 ବର୍ଷ ) ଙ୍କ ର୍ବୁଲ୍ଲା ଡାକ୍ତଖାନାରେ ପରଲୋକ ହୋଇ ଯାଇଛି ା ସେ ଦିର୍ଘ ଦିନ ଧରି ବୁର୍ଲା ଭୀମସା ଡାକ୍ତରଖାନାରେ କିଡିନି ଜନିତ ରୋଗରେ ଚିକିତ୍ସିତ ହୋଉଥିଲେ ାମୃତ୍ଯୁଶଯ୍ଯା ନିକଟରେ ପତ୍ନୀ ଅନୁଶୟା ବିଭାର, ସାନଭାଇ ଜଗନ୍ନାଥ ବିଭାର, ବଡପୁଅ ରବିନ୍ଦ୍ର ବିଭାର,ସାନପୁଅ ଚୌଧୁରୀ ବିଭାର, ବଡୁପୁଅ ଆର୍ତତ୍ରାଣ ବିଭାର, ମଝିଆଁ ଝିଅ ଚମ୍ପେଶ୍ବରୀ କଲତା, ଭଉଣୀ ଜ୍ବାଇଁ ଦୁର୍ଯୋଧନ ତରିଆ, ସାନବହୁ ସସ୍ମିତା ବିଭାର, ନାତି ସୁନିଲ ସୁନା, ବବୁଲୁ କଲତା ଓ ବାଦଲ ବାଗ ପ୍ରମୁଖ ଉପସ୍ତିତ ଥିଲେ l ାବୁର୍ଲା ରୁ ନିଜ ଗାଁ ଶଂକରାକୁ ଅଣାଯିବା ପରେ ସମସ୍ତ ଝିଅ ଜ୍ଜାଇଁ ଓ ପଡା ଗାଁ ଓ ବିନିକା ଅଂଚଳ ର ସମସ୍ତ ବନ୍ଧୁ ବର୍ଗ ଜଣା ଶୁଣା ବ୍ୟକ୍ତି ମର ଶରୀର କୁ ଅନ୍ତିମ ଦର୍ଶନ କରିଥିଲେ l ଓ ତାଙ୍କ ଉପସ୍ତିତିରେ ଫଟାମୁଣ୍ଡା ର୍ସଗଦ୍ବାରରେ ସ୍ବର୍ଗୀୟ ବିଭାର ଙ୍କ ଶେଷକୂତ୍ଯ ସମ୍ପନ୍ନ ହୋଇଥିଲା ା ସୂଚନାଯୋଗ୍ଯ ଯେ, ସ୍ବର୍ଗତ ବିଭାର ବିଭିନ୍ନ ସଭାସମିତିରେ ସୁନ୍ଦର ବକ୍ତବ୍ଯ ପ୍ରଧାନ କରି ଦର୍ଶକମାନଙ୍କୁ ବିମୋହିତ କରିଆସୁଥିଲେ l ା ୧୦ ବର୍ଷ ଆଗରୁ ଏକ ମୋଟର ସାଇକିଲ ଦୁର୍ଘଟଣା ରେ ତାଂକର ମେରୁଦଣ୍ଡ ହାଡ ଠିକ କାମ କରୁନଥିଲା ତାପରେ ସେ ବିଭିନ୍ନ ରୋଗରେ ପିଡିତ ଥିଲେ ା ଆଜି ଏହି ଖବର ପ୍ରଚାରିତ ହେବା ପରେ ତାଂକର ଜନ୍ମ ମାଟି ଶଂକରାରେ ଶୋକର ଛାୟା ଖେଳିଯାଇଛି ା ଶଂକରା ଗ୍ରାମ ପଂଚାୟତର ସରପଂଚ ଅଭୟ ପ୍ରଧାନ ଓ ପୂର୍ବତନ ସରପଂଚ ଅଶୋକ ପୁଷ୍ଟି ଏବଂ ପଡା ମାନ୍ଯଗଣ୍ଯ ବ୍ଯକ୍ତି ସହିତ ଗାଁ ର ବିଭିନ୍ନ ଅନୁଷ୍ଠାନର କର୍ମର୍କତ୍ତା ଶେଷଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ା