-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ବଲାଙ୍ଗିର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ପଞ୍ଚାୟତନିର୍ବାଚନରେ ବହୁସ୍ଥାନରେ ତୀବ୍ରପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ କେତେକ ସ୍ଥାନରେ ପ୍ରାର୍ଥିମାନେ ବିରୋଧିଙ୍କୁ ମନାଇବାରେ ସଫଳ ହୋଇଛନ୍ତି । ଜିଲ୍ଲାରେ ଅନେକ ୱାର୍ଡରେ ସଭ୍ୟପଦ ପାଇଁ ପ୍ରତିଦ୍ୱନ୍ଦିତା ହୋଇନଥିବା ଜଣାଯାଇଛି । ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ,ବଲାଙ୍ଗୀର ଜିଲ୍ଲାର ୧୪ବ୍ଲକ ଅଞ୍ଚଳରେ ୩୧୭ପଞ୍ଚାୟତର ୩୭୯୮ଟି ୱାର୍ଡ ରହିଛି । ଏଥିରୁ ଚଳିତ ପଞ୍ଚାୟତ ନିର୍ବାଚନରେ ୧୮୭୧ଟି ୱାର୍ଡରେ ପ୍ରାର୍ଥିମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାୟ ୪୮% ୱାର୍ଡରେ ପ୍ରତିଦ୍ୱନ୍ଦିତା ହୋଇନାହିଁ । ଠିକ ସେହିପରି ଜିଲ୍ଲାର ୧୨ଟି ପଞ୍ଚାୟତରେ ସରପଞ୍ଚ ପଦବୀ ଓ ୨୬ଟି ସମିତିସଭ୍ୟ ପଦବୀରେ କୌଣସି ପ୍ରତିଦ୍ୱନ୍ଦିତା ହୋଇନାହିଁ । ଟିଟିଲାଗଡ ବ୍ଲକରେ ସର୍ବାଧିକ ୧୦ ସମିତିସଭ୍ୟ ଓ ୨ଜଣ ସରପଞ୍ଚ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଦେଓଗାଁ ବ୍ଲକରେ ୩ଟି ସମିତିସଭ୍ୟ ଓ ୨ଟି ସରପଞ୍ଚ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବେଲପଡା ବ୍ଲକରେ ୪ଜଣ ସମିତିସଭ୍ୟ ଓ ଜଣେ ସରପଞ୍ଚ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ବେଲପଡା ବ୍ଲକରେ ବିଜେଡିର ବ୍ଲକସଭାପତି ଥିବା ଗଣେଶ କୁମ୍ଭାରଙ୍କ ପରିବାରର ୭ଜଣ ବିଭିନ୍ନ ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥି ହୋଇଛନ୍ତି । ସେହିପରି ଲୋଇସିଂହା ବ୍ଲକର ଯୋଗୀସର୍ଡା ପଞ୍ଚାୟତରେ ପୂର୍ବରୁ ୩ଥର ସରେପଞ୍ଚ ରହିଥିବା ବିଜଲି ପଧାନ ଚଳିତଥର ପୁଣିଥରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ସୁଖର କଥା ଯେ,ଚଳିତଥର ନିର୍ବାଚନୀ ମଇଦାନରେ ଅନେକ ସ୍ଥାନରେ ଉଚ୍ଚଶିକ୍ଷିତ ଓ ଅବସରପ୍ରାପ୍ତ ଅଧିକାରୀମାନେ ନିର୍ବାଚନରେ ପ୍ରାର୍ଥି ହୋଇ ନିର୍ବାଚନ ଲଢୁଛନ୍ତି । ଗତ ୨୦୦୯ରେ ବଲାଙ୍ଗୀର ସଦରଆସନରୁ କଂଗ୍ରେସଦଳରୁ ବିଧାୟକ ପ୍ରାର୍ôଥ ହୋଇଥିବା ଲକ୍ଷ୍ମଣକୁମାର ମେହେର ଦେଓଗାଁ ବ୍ଲକର ସାଲେପାଲି ପଞ୍ଚାୟତର ସମିତିସଭ୍ୟ ଓ ଗତ ୨୦୧୯ରେ ଲୋଇସିଂହା ନିର୍ବାଚନମଣ୍ଡଳିରୁ କଂଗ୍ରେସର ବିଧାୟକ ପ୍ରାର୍ଥି ହୋଇଥିବା ନବକିଶୋର ବେହେରା ଚଳିତତଥର ଲୋଇସିଂହାରେ ସରପଞ୍ଚ ପ୍ରାର୍ଥି ହୋଇ ନିର୍ବାଚନ ଲଢୁଛନ୍ତି । ସେହିପରି ଚୁଡାପାଲି ପଞ୍ଚାୟତରୁ ଜଣେ ପ୍ରତିଷ୍ଠିତ ମଡେଲ ପ୍ର୍ରୀୟଙ୍କା ନନ୍ଦ ସରପଞ୍ଚ ପ୍ରାର୍ଥି ହୋଇଛନ୍ତି ।