-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବରଗଡ (ନିରଞ୍ଜନ ତ୍ରିପାଠୀ)ଗତ କିଛି ଦିନ ତଳେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ସୁରେଶ ପୁଝାରୀ ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ଅଇଁଲା ଧରୁଆ, ତାଙ୍କର ସ୍ୱାମୀ ଶ୍ରୀ ସମ୍ୱାରୁ ଧରୁଆ , ତାଙ୍କର ପୁତ୍ର ଶ୍ରୀ ଡିଲେଶ୍ୱର ଧରୁଆ , ସେହି ଗ୍ରାମର ତପନ ବେଣ୍ଟକାର , ପ୍ରମୁଖ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଇଥିଲେ । ହେଲେ ଆଜି ସମିତି ସଭ୍ୟା ଙ୍କର ସହମତି କ୍ରମେ ତାଙ୍କର ସ୍ୱାମୀ , ପୁତ୍ର , ତପନ ଙ୍କର ସହିତ ଖିରସିନ୍ଧୁ ବେଣ୍ଟକର , ପାଇକମାଲ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଙ୍କର ଆବାସିକ ଅଫିସରେ , ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେର , ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ବିଜୟ କୁମାର ରାଓ ଙ୍କର ଉପସ୍ଥିତି ରେ ପୁନର୍ବାର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଉପସ୍ଥିତ ନେତୃବୃନ୍ଦ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିବା ସମସ୍ତଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଆଜିର ଏହି ନିରାଡ଼ମ୍ବର ମିଶ୍ରଣ ପର୍ବ ବିରୋଧୀଙ୍କୁ ଏକ ଜୋରଦାର ଝଟକା ଦେଇଛି । ବିରୋଧୀଙ୍କୁ ଚଳିତ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ହେଉ କି ନିର୍ବାଚନ ଘୋଷଣା ହେବା ପରେ ହେଉ , ନାମାଙ୍କନ ଦାଖଲ ପରେ ହେଉ କି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ହେଉ , ପ୍ରଚାର ଆରମ୍ଭ ପୂର୍ବରୁ ହେଉ କି ପରେ ହେଉ , ବିରୋଧୀ ମାନଙ୍କୁ ଝଟକା ପରେ ଝଟକା ଦେଇ ଆସୁଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ପାଇଁ ପ୍ରତ୍ୟେକ ଓଡିଶା ବାସୀ ମହତ୍ତ୍ୱପୂର୍ଣ୍ଣ । ସେହିଭଳି ଦଳ ରେ ପ୍ରତ୍ୟେକ କର୍ମୀ ଗୁରୁତ୍ବପୂର୍ଣ୍ଣ ।ସମସ୍ତଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ଙ୍କର ବିକାଶର ସ୍ୱପ୍ନକୁ ପୂରଣ କରିବା ପ୍ରତ୍ୟେକ ସଂଗଠକ ଓ କର୍ମୀଙ୍କର ଦାୟୀତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳ ର ସଭାପତି ଶ୍ରୀ ଗୈାତମ ସିଂ