-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ବଲାଙ୍ଗିର,(ପ୍ରେରଣା ଖବର) ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ହେଉଛି ଶ୍ରେଷ୍ଠ ପର୍ବ । ଏହି ସମୟରେ ଜନସାଧାରଣ ଭୋଟ ଦେବା ସହ ନିଜ ତଥା ଅଂଚଳର ଭବିଷ୍ୟତ କିପରି ହେବ ତାହା ନିର୍ଦ୍ଧାରିତ କରିଥାନ୍ତି । ମିଛ ପ୍ରତିଶୃତିରେ ପଡି ଅଯୋଗ୍ୟ ତଥା ଅନୁଚିତ ପ୍ରାଥି ଚୟନ କଲେ ବ୍ୟକ୍ତି ବିଶେଷ ତଥା ଅଂଚଳର ଭବିଶ୍ୟତ ଅନ୍ଧାର ହେବାର ଯଥେଷ୍ଟ ସମ୍ଭାବନା ରୁହେ । ଅନୁଚିତ ପ୍ରାର୍ଥି ଚୟନ କଲେ,ନିର୍ବାଚନୀ ସମୟରେ ମାଳ ମାଳ ପ୍ରତିଶୃତି ଦେଇଥିବା ସେହି ପ୍ରାର୍ଥି ନିର୍ବାଚିତ ହେବା ପରେ ବିଭିନ୍ନ ଲୋକାଭୀମୁଖି କାମ କରିବା ତ ଦୁରେ ଥାଉ, ଜନତାଙ୍କ ଦୁଃଖ ଗୁହାରି ଶୁଣିବା ପାଇଁ ମଧ୍ୟ ତାର ବେଳ ନଥିବା ନଜିର ରହିଛି । ତେଣୁ ଜନସାଧାରଣ ଏହି ସମୟର ସଦଉପେଯାଗ କରିବା ସହିତ କୌଣସି ଲୋଭରେ ନପଡି ଲୋକଙ୍କ ହକ ପାଇଁ ଲଢି ପାରୁଥିବା ଯୋଗ୍ୟ ପ୍ରାର୍ଥିଙ୍କୁ ହିଁ ଭୋଟ ଦେଇ ବିଜୟୀ କରନ୍ତୁ । ତାଛଡା ଏହି ମହାମାରୀ ସମୟରେ ଜନସାଧାରଣ କୋଭୀଡ ନିୟମାବଳି ପାଳନ କରି ସୁସ୍ଥ ରୁହନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି ।
ଆଜି ଅପରାହ୍ନରେ ବିଧାୟକ ଶ୍ରୀ ମିଶ୍ର ଜୋନ ୨୩ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଳେନ୍ଦ୍ରି ସେଠଙ୍କ ସହ ସଦର ବ୍ଲକ ଅନ୍ତର୍ଗତ ବାରପୁଡଗିଆ, କେରମେଲି, କର୍ଲାପିଟା, ସିବତଲା,ଆଡେନଡୁଙ୍ଗୁରି, ଝରେଇବାହାଲି, ସାହାଜବାହାଲ ଓ ଆମପାଣି ଗ୍ରାମରେ ଲୋକଙ୍କୁ ଜନ ସଚେତନ କାର୍ଯ୍ୟକ୍ରମ ସମୟରେ ଲୋକେ ବିଭିନ୍ନ ସ୍ଥାନୀୟ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବାଚିତ ପ୍ରତିନିଧିଙ୍କ ସାଧାରଣତଃ ଦେଖା ମିଳୁ ନଥିବା ବେଳେ ବାରମ୍ବାର ଗୁହାରି ସତ୍ୱେ ସ୍ଥାନୀୟ ସମସ୍ୟା ଯୋଉଟା କୁ ସେଇଟା ରହିଥିବା ଲୋକେ କହିଥିଲେ । ତାର ଉତ୍ତରରେ ବିଧାୟକ ଲୋକଙ୍କୁ ଉଚିତ ପ୍ରାଥିଙ୍କୁ ନିର୍ବାଚିତ ନକରି ଯଦି ଲୋକେ ଭୟ କିମ୍ବା ଲୋଭରେ ଅଯୋଗ୍ୟ ପ୍ରାଥିଙ୍କୁ ନିର୍ବାଚିତ କଲେ ଅଂଚଳର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଏ । ଗ୍ରାମାଞ୍ଚଳର ଜଳ ଯୋଗାଣ, ରାସ୍ତାଘାଟ ଅଂଚଳର ଉନ୍ନତି ଭଳି ବିଭିନ୍ନ ବିଷୟ ନିର୍ଧାରିତ କରିବାରେ ଜିଲ୍ଲା ପରିସଦ ସଭ୍ୟମାନଙ୍କର ଭୂମୀକା ଗୁରୁତ୍ୱପୁର୍ଣ୍ଣ ରହେ । ଆହୁରି ନିର୍ବାଚନୀ ସମୟରେ ବିଭିନ୍ନ ଦଳ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇଲା ପରେ ଭୋଟ ଦେଇଥିବା ଜନତାଙ୍କ ସୁବିଧା ଅସୁବିଧା ଭୁଲି ଯାଆନ୍ତି । ବିଜେଡି ଓ ବିଜେପି ଦଳର ଗତ ନିର୍ବାଚନୀ ପ୍ରତିଶୃତି ମନେ କଲେ ଏହା ସ୍ପଷ୍ଟ ବାରି ହୁଏ । ଶିକ୍ଷା, କୃଷି, ରାସ୍ତାଘାଟ, ଜଳସେଚନ, ନାରୀ ସୁରକ୍ଷା ଭଳି ବିଭୀନ୍ନ ସମସ୍ୟାର ସମାଧାନ ତ ଦୁରରେ ଥାଉ ଏହି ଉଭୟ ଦଳ ବିଭୀନ୍ନ ଆଂଚଳିକ ସମସ୍ୟାର ସମାଧାନ ମଧ୍ୟ କରି ପାରି ନାହାନ୍ତି । ବୋଝ ଉପରେ ନଳିତା ବିଡା ପରି ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ଓ ତୈଳ ଦର ବୃଦ୍ଧି କରି ଲୋକଙ୍କୁ ଆହୁରି ତଳି ତଳାନ୍ତ କରିଛନ୍ତି । ଏଣୁ ଲୋକେ ଅଂଚଳର ଉଜ୍ୱଳ ଭବିଷ୍ୟତ ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜୋନ ୨୩ର କଂଗ୍ରେସ ପ୍ରାଥି ନିଳେନ୍ଦ୍ରି ସେଠ ଭଳି ଜଣେ ଯୋଗ୍ୟ ପ୍ରାର୍ଥିଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।