-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଇଁନ୍ତଳା ପୁଲିସକୁ ମିଳିଲା ସଫଳତା, ୮ ଗିରଫ

30-Jan-2022



ଟିଟିଲାଗଡ଼ /ସଇଁତଳା(ସନ୍ତୋଷ କୁମାର ନାଏକ) : ସଇଁନ୍ତଳା ପୁଲିସ ଏକ ଡକାୟତି ଦଳ  ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବୋଲି ସୂଚନା ମିଳିଛି । ଉକ୍ତ ଡକାୟତି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି, । ଅଭିଯୁକ୍ତମାନେ ହେଲେ ଟିଟିଲାଗଡ଼ ଥାନା ବେଲପଦର ଗ୍ରାମର ଯୋଗେନ୍ଦ୍ର ସେଲମାଙ୍କ ପୁଅ ନାଥ ସେଲମା(୪୦), ଲେସୁନ ବାହାଳି ଗାଁର ମଣ୍ଟୁ ତାଣ୍ଡି(୨୨), ବଛାଯୁଗା ଗାଁର ଭୂପତି ଭୋଇ(୨୦), ଲେସୁନବାହାଲି ଗାଁର କାଳିଆ ତାଣ୍ଡି(୪୧), ବଛାଜୁଝା ଗାଁର ପ୍ରଦୀପ ଭୋଇ(୨୨), କାପସିଭଟା ଗାଁର ଜୟ ବିଭାର(୩୫), ବଛାଜୁଝା ଗାଁର ଅର୍ଜୁନ ଭୋଇ(୫୦), ସଇଁନ୍ତଲା ବ୍ଲକ ଯୁବାମାଲଗାଁର ମନ ଗୋବିନ୍ଦ ରଣା(୨୫) ।

ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ , ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖରେ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରିଥିଲେ । ଏଥିସହିତ ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ନେଇଥିବା ନେଇ ଅଜିତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଇନ୍ତଲା ଥାନାଧିକାରୀ ଅବନୀ ସାହୁ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ଏହି କ୍ରମରେ ଅପରାଧୀଙ୍କୁ ଧରିବା ପାଇଁ ବଲାଙ୍ଗୀର ଏସପି ନିତିନ କୁଶଲକର ଙ୍କ ନେତୃତ୍ୱରେ ଟିଟିଲାଗଡ଼ ଏସଡ଼ିପିଓ ଶ୍ରୀ ଶତପଥୀ, ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ କୁମାର ବରୀହା, ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ,ଏସଆଇ ସଙ୍ଗୀତା ବେକ, ଏସଆଇ ଥବିର ମହାରଣା, କାର୍ତିକ ପ୍ରଧାନ, ଦୀନବନ୍ଧୁ ମୁଦୁଲି, ପ୍ରମୋଦ କହ୍ନର, ସଂକର୍ତ୍ତନ ପୁଟେଲ ଓ ଏମକେ ଭୋଇଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ ଘଟଣା ସମ୍ପର୍କରେ ତଦାରଖ କରିବା ସହ କଡ଼ା ପେଟ୍ରୋଲିଂ କରୁଥିଲା । ତେବେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ବେଲଗାଁ ହାଇସ୍କୁଲ ଖେଳ ପଡ଼ିଆରେ କିଛି ବ୍ୟକ୍ତି ସଶସ୍ତ୍ର ସହ ଡକାୟତ କରିବା ପାଇଁ ଆଲୋଚନା କରୁଥିବାବେଳେ ସେମାନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା । ସେମାନଙ୍କଠୁ କିଛି ମାରଣାସ୍ତ୍ର ଜବତ କରିବା ସହ ଥାନାକୁ ଆଣି ପଚରାଉଚୁରା କରିଥିଲା । ତେବେ ପଚରାଉଚୁରା ପରେ ଉକ୍ତ ବ୍ୟକ୍ତିମାନେ ଡୁଙ୍ଗୁରିପାଲିର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଡକାୟତି କରିଥିବା ସ୍ୱୀକାର କରିଥିଲେ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସଇଁନ୍ତଳା ପୁଲିସ କୋର୍ଟ ଚାଲାଣ କରିଛି । ଏମାନଙ୍କଠାରୁ ୨ଟି ଠେଙ୍ଗା, ୨ଟି ବଡ଼ ରଡ଼, ଏକ ମରିଚ ପାଉଡର, ଏକ ବନ୍ଧୁକ, ୨ ମାରଣାସ୍ତ୍ର , ୩ ଟି ବାଇକ, ୬ ହଜାର ଟଙ୍କା, ୮ଟି ମୋବାଇଲ ଫୋନ, ଏକ ସୁନା ହାର, ରୂପା ଭଳି ଅନେକ ଡାକାୟତିରେ ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ନୂଆପଡ଼ା ଜିଲ୍ଲା ଖରିଆଡ଼ ଥାନା, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା, କେସିଙ୍ଗା ଥାନା, କେଗାଁ ଥାନା, ଟିଟିଲାଗଡ଼ ଥାନା ଓ ସଇଁନ୍ତଳା ଥାନାରେ ଅନେକ ମାମଲା ରୁଜୁ ହୋଇଥିବା ସହ ଡକାୟତି କରି ଜେଲ ମଧ୍ୟ ଯାଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୁକ୍ତଙ୍କ ମୁଖ୍ୟ ସହଯୋଗୀ ସେଲମା ଗ୍ୟାଙ୍ଗଷ୍ଟାରର ମୁନା ରଣା ବୋଲି ପୁଲିସ ପ୍ରକାଶ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like