-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ବଲାଙ୍ଗିର, (ପ୍ରେରଣା ଖବର)- ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିର କୋସଲ ଭାଷାର ପ୍ରବକ୍ତା ତଥା ପଦ୍ମଶ୍ରୀ ନରସିଂ ପ୍ରସାଦ ଗୁରୁଙ୍କୁ ତାଙ୍କ ସ୍ଥାନୀୟ ବାସଭବନ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେଇ ପଦ୍ମଶ୍ରୀ ଗୁରୁ ଏ ଅଂଚଳର ଭାଷାକୁ କେନ୍ଦ୍ର ସରକାର ସ୍ୱୀକୃତ ଦେଇଛନ୍ତି । କେବଳ ସାମ୍ବିଧାନିକ ସ୍ୱୀକୃତ ବାକି ରହିଲା ବୋଲି ଏ ସମ୍ମାନ ଏ ଅଂଚଳର ଜନସାଧାରଣଙ୍କର ବୋଲି କହିଥିଲେ । କୋସଲ କେନ୍ଦ୍ରିୟ ପରିଚାଳନା ସମିତିର ଅନ୍ୟତମ ସଦସ୍ୟ ମନୋରଂଜନ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବିକ୍ରମ ବହିଦାର ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ରଣରାଜ ସିଂଦେଓ ଉପଢୈାକନ ପ୍ରଦାନ କରିଥିଲେ । ସମିତିର ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର, ପର୍ଶୁରାମ ନାୟକ, ଗୋବର୍ଦ୍ଧନ ପାଣ୍ଡିଆ, ବିଭୁଦତ୍ତ ମିଶ୍ର,
ଅନୁପ କୁମାର ଚୋପଦାର ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଗର୍ବ ଓ ଗୌରବ ପଦ୍ମଶ୍ରୀ ଗୁରୁଙ୍କୁ ପଦ୍ମଶ୍ରୀ ଉପାଧିରେ ଘୋଷଣା ପରେ ଏ ଅଂଚଳରେ ଭାଷାବିତ୍ ମାନେ ପ୍ରେରଣା ପାଇବେ ଓ ନୂତନ ରାଜ୍ୟ ଗଠନ ଆନ୍ଦୋଳନ ମଜବୁତ ହେବ ବୋଲି ସମିତି ପକ୍ଷରୁ ମତ ପ୍ରକାଶ ପାଇଥିଲେ ।
ସୂଚନାଯୋଗ୍ୟ ଯେ, ଭାରତୀୟ ସମ୍ବିଧାନର ୮ମ ଅନୁଚ୍ଛେଦ ଅନୁସାରେ ସ୍ୱତନ୍ତ୍ର କୋସଲ ରାଜ୍ୟ ରାଜ୍ୟ ଗଠନର ସମସ୍ତ ଯୁକତ୍ିଯୁକ୍ତତା ଥିବା ବେଳେ ପଦ୍ମଶ୍ରୀ ନୃସିଂହ ଗୁରୁ କୋସଲୀ ଭାଷା ଓ ସଂସ୍କୃତିକୁ ମର୍ଯ୍ୟାଦାମଣ୍ଡିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଆଗାମୀ ଦିନରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏକ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି ।