-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

Gjkl

29-Jan-2022



ବାରିପଦା: ଛାତ ଉପରେ ଫୁଲଫଳ ଓ ସବୁଜ ପନିପରିବାରେ ଭର୍ତ୍ତି ସୁନ୍ଦର ବଗିଚା । ବଗିଚାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଉଡ଼ି ଆସୁଛନ୍ତି କେତେପ୍ରକାର ପକ୍ଷୀ । ପକ୍ଷୀଙ୍କ କିଚିରି ମିଚିରି କାକଳିରେ ପରିବେଶ ଉଛୁଳି ପଡୁଛି । ପ୍ରଜାପତି ଓ ମହୁମାଛିଙ୍କ ଉପସ୍ଥିତି ଛାତ ଉପରେ ଭିନ୍ନ ଏକ ପରିବେଶ ସୃଷ୍ଟି କରୁଛି । ସ୍ଥାନୀୟ ଅମିକା ମନ୍ଦିର ପଛପଟେ ଥିବା ସ୍ବରୁପନଗରରେ ଧରଣୀ କୁମାର ଦେ ତାଙ୍କ ଘର ଛାତ ଉପରେ ସୃଷ୍ଟି କରିପାରିଛନ୍ତି ଏକ ସୁନ୍ଦର ସବୁଜ ବଳୟ । ଛାତ ଉପରେ ଭଳିକି ଭଳି କୁଣ୍ଡରେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଫୁଲ ସହିତ ଫଳ ଗଛ ପୁଣି ଛନଛନିଆ ପନିପରିବାର ସମ୍ଭାରକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହେବ । କାରଣ ଛାତ ଉପରେ ପ୍ରକୃତିକୁ ସଜାଡିବାରେ ଏଭଳି ପ୍ରୟାସ ନିଆରା

        ଧରଣୀଙ୍କ ଛାତି ଉପରେ ସପେଟା ଗଛରେ ଝାଙ୍କିପଡିଛି ସପେଟା , ଆମ୍ବ ଗଛରେ ଧରିଛି ପେନ୍ଥା ପେନ୍ଥା ବଉଳ । ଲେମ୍ବୁ ଗଛରେ ଲେମ୍ବୁ ଜାମୁରୋଳ , ବାରମାସୀ ଗୟାକୁଳି , ପିଜୁଳି , ଡାଳିମ୍ବ ଫଳ ସବୁ ଭରପୁର ଥୁବଳେ ସପୁରୀ , କଦଳୀ , ନଡ଼ିଆ ଗଛ ମଧ୍ୟ ରହିଛି । ବିଭିନ୍ନ ପ୍ରକାର ଫୁଲ ମଧ୍ୟରେ ଗୋଲାପ ସାଙ୍ଗକୁ ଗେଣ୍ଡୁ , ଡାଲିଆ , ଜିନିଆ , ସେବତୀ , ସାଇକାସ୍, ରଜନୀଗନ୍ଧା , ଟଗର , ଗନ୍ଧରାଜ , ଯୁଇ , ହେନା ଏବଂ ବିଭିନ୍ନ ସିଜିନାଲ ଫୁଲ ସହିତ ନାନାକିସମର ସୋ ଗଛ (କୁଟନ ପ୍ରାଣ୍ଟ ) ଓ ବିଭିନ୍ନପ୍ରକାର ଔଷଧୀୟ ଗୁଳ୍ପଲତା ମଧ୍ୟରେ ସତାବରୀ , ତୁଳସୀ , ଘି କୁଆଁରୀ , ପୁଦିନା ଏମିତି ଅନେକ ଦରକାରୀ ଗଛି । 
           ଖାଲି ସେତିକି ନୁହେଁ । ପନିପରିବା ମଧ୍ୟରେ ବିଭିନ୍ନ ପ୍ରକାର ଶାଗଠୁ ଆରମ୍ଭ  କରି ଧଣିଆପତ୍ର , ମେଥି , ଫୁଲକୋବି , ବନ୍ଧାକୋବି , ବ୍ରୋକଲି , ଉଲକୋବି , ବିଟ୍ , ଗାଜର , ମୂଳା , ଲଙ୍କା , ବାଇଗଣ , ବିଲାତି , କଲରା , କାକୁଡ଼ି , ବୋଇତାଳୁ , ଲାଉ , ପୋଟଳ , କୁନ୍ଦୁରୀ ଇତ୍ୟାଦି । ଏପରି ବିଭିନ୍ନପ୍ରକାର ଗଛଭରା ଛାତିରେ ସବୁଜିମାର ଲହଡ଼ି ଭାଙ୍ଗୁଛି । 
    ସହରରେ ବାଡ଼ି ବଗିଚା ପାଇଁ ସ୍ଥାନର ଅଭାବିଥିବାରୁ ଧରଣୀ ବାବୁ ଛାତ ଉପରେ ସୃଷ୍ଟି କରିଛନ୍ତି ତାଙ୍କ ମନପସନ୍ଦର ବଗିଚା । ଗତ ବର୍ଷ ଓ ଚଳିତ ବର୍ଷ ଛାତ ଉପରେ  ଜୈବିକ ଉପାୟରେ *( ଅର୍ଗାନିକ ଫାର୍ମ )* କରି *ଗତ ବର୍ଷ ୧୬ କିଲୋଗ୍ରାମର ଅଧୁକ ଓଜନର ଏକ ବୋଇତାଳୁ ଫଳାଇଥିଲେ* ଓ ଚଳିତ ବର୍ଷ ଶୀତ ଋତୁ ରେ ଦେଖିବାକୁ ମିଳିଛି *ବାଇଗନି ରଙ୍ଗ ର ଫୁଲ କୋବି*। କୌଣସି କେମିକାଲ ସାର କିମ୍ବା ଔଷଧ ବ୍ୟବହାର ନ କରି ସୁନ୍ଦର ବଗିଚା ସୃଷ୍ଟି କରି ଫଳ ଓ ପନିପରିବା ଅମଳ କରିବାରେ ସଫଳତା ପାଇବା ସଂପର୍କରେ ଧରଣୀ ବାବୁ କହନ୍ତି ଯେ , ସେ ବୁଢାବଳଙ୍ଗ ନଦୀ ପଠାରୁ  ମାଟି ଆଣି ଗୋବର ଖତ ସହ ମିଶାଇ ତାକୁ ଗୁଣ୍ଡ କରି ପ୍ରଥମେ ଶୁଖାଇ ଦିଅନ୍ତି । ମାଟି ପାଗ ହେଲା ପରେ ତାକୁ କୁଣ୍ଡରେ ଦେଇ ଗଛ ଲଗାନ୍ତି । ଦେଶୀ ଗାଈର ଗୋବର ଖତ ମାଟିର ସ୍ୱାସ୍ଥ୍ୟ ପାଇଁ ଏବଂ ଗଛ ପାଇଁ ଅଧୁକ ଫଳପ୍ରଦ ବୋଲି ସେ କହନ୍ତି । ଗଛ ଟିକିଏ ବଢିଗଲେ ପିଡ଼ିଆ ଦିଅନ୍ତି ।
       ଛାତ ଉପରେ ଗଛର ଯନ୍ତି ନେବା ପାଇଁ ପ୍ରତ୍ୟେକ ଦିନ ସକାଳ ୬ରୁ ୮ଟା ୨ଘଣ୍ଟା ତାଙ୍କର ସମୟ ଯାଏ । ସବୁଜ ବଳୟ ସୃଷ୍ଟି କରି ପରିବେଶର ଯନ୍ନ ନେବା ସହିତ ସେ ଅପାର ଆନନ୍ଦ ପାଆନ୍ତି ବୋଲି କହନ୍ତି । ୨୦୧୦ରୁ ଛାତ ଉପରେ ଧରଣୀ କିଚେନ ଗାର୍ଡେନ କରିଥିବା ବେଳେ ୨୦୧୫ରେ ପରୀକ୍ଷାମୂଳକ ଭାବେ ଫାଇବର କୁଣ୍ଡରେ ବଡ ବଡ ଗଛ ଯେପରି ଆମ , ସପେଟ , ଜାମୁରୋଳ , ନଡିଆ ଆଦି ଲଗାଇ ସଫଳ ହୋଇଛନ୍ତି ।  
 

          ଛାତ ଉପରେ ପ୍ରକୃତିକୁ ସଜାଡି ଅନ୍ୟ ପାଇଁ ଉଦାହରଣ ପାଲଟିବା ଧରଣୀଙ୍କ ପୈତୃକ ଗାଁ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦାନ୍ତୁନ ସବଡିଭିଜନର ଉତ୍ତର ଆଡବଣା ଗ୍ରାମରେ । ୧୨ବର୍ଷ ବୟସରୁ ୧୯୮୮ ସମିହାରୁ ଗାଁ ଛାଡି ସେ ବାରିପଦାରେ ରହି ବ୍ୟବସାୟ କରି ଆସୁଛନ୍ତି । ଗାନ୍ଧୀ ମାର୍କେଟରେ ତାଙ୍କର ଆସବାବପତ୍ର (ଫୁର୍ଣ୍ଣିଚର ) ଦୋକାନଟିଏ ରହିଛି । ପେସାରେ ସେ ଜଣେ ବ୍ୟବସାୟୀ ହୋଇଥିଲେ ସୁଦ୍ଧା ନିଶାରେ ଜଣେ ନିଷ୍ଠାପର ପରିବେଶ ସୁରକ୍ଷାକାରୀ । ଅବସ୍ଥା ଚକ୍ରରେ ପଡି ବ୍ୟବସାୟ କରୁଥିଲେ ବି ଚାଷୀ ପରିବାରର ହୋଇଥିବାରୁ ଚାଷବାସ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା । ତେଣୁ ତାଙ୍କ ଘରକୁ ଯେକେହି ଗଲେ ସେ ତାକୁ ସଙ୍ଗେ ସଙ୍ଗେ ଛାତ ଉପରକୁ ପାଛୋଟି ନିଅନ୍ତି । ନିଜ ହାତଗଢ଼ା ବଗିଚାକୁ ଦେଖାଇବା ସହ ପ୍ରତିଟି ଗଛର କାହାଣୀ ପେଡ଼ି ଖୋଲି ବସନ୍ତି । ଆଉ ଆସିଲା ବେଳେ ବଗିଚାର ଫଳ ଫୁଲ କି ପନିପରିବା ଦେବାକୁ କେବେ ବି ଭୁଲନ୍ତିନି ଧରଣୀ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like