-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ବରଗଡ଼(ପ୍ରେରଣା ଖବର)-ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବରାହଗୁଡ଼ା, ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ପୂଣ୍ୟ ଅବସରରେ ବିକାଶ ଗ୍ରୁପ୍ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ସ୍ୱାଗତ ଭାଷଣ ଦେବା ସହିତ ସ୍ୱାଧୀନ ଭାରତର ସମ୍ବିଧାନକୁ ଆନନ୍ଦର ସହକାରେ ଗ୍ରହଣ କରି ମୁକ୍ତ ତଥା ନୀରୋଗ ଜୀବନ ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ବିକାଶ ଗ୍ରୁପ୍ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ନିଜ ଅଭିଭାଷଣରେ ୭୫ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବରେ ଆନନ୍ଦର ସହ ଏକତ୍ରିତ ହୋଇ ରହିଥିବାରୁ ଶୁଭକାମନା ଜଣାଇ ସମସ୍ତେ ପରସ୍ପରଙ୍କ ଉପରେ ଦୃଢ଼ବିଶ୍ୱାସ ରଖିଲେ ଦେଶ ଅଗ୍ରସର ହୋଇପାରିବ ଏବଂ ଆସନ୍ତା ୧୮ମାସ ଭିତରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଛାତ୍ରଛାତ୍ରୀଙ୍କ ପାଇଁ ନିଜସ୍ୱ ପାଠ୍ୟପୁସ୍ତିକା ପ୍ରସ୍ତୁତ କରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ନୃତ୍ୟ ଶିକ୍ଷକବୃନ୍ଦ ସୁନ୍ଦର ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ ରୂପ ପ୍ରଦାନ କରିଥିଲେ । ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ର ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ସହିତ ନୂତନ ଶିକ୍ଷାନୀତି ତଥା ଭାରତର କଳା, ସଂସ୍କୃତି ଏବଂ ପରମ୍ପରା ଉପରେ ମତବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଜୀବନ ଗଠନ କରିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସଙ୍ଗୀତ ଶିକ୍ଷକ ଶ୍ରୀ ସୁଶୀଲ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବିକାଶ ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ ର ଅଧ୍ୟକ୍ଷ ଡ.କ୍ଷୀରୋଦ ପ୍ରଧାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୂରାରୀ ପ୍ରସାଦ ସାହୁ, ଲ’ ସ୍କୁଲ୍ର ଅଧ୍ୟକ୍ଷ ଡ.ବିକ୍ରମ କୁମାର ଦାସ, ଡିଗ୍ରୀ କଲେଜର ଉପାଧ୍ୟକ୍ଷ ଶ୍ରୀ ଆର୍.ଏସ୍.ଭି. କ୍ରୀଷ୍ଣା, ନର୍ସିଂ କଲେଜର ଉପାଧ୍ୟକ୍ଷା ଶ୍ରୀମତୀ ଦୀପାଞ୍ଜଳୀ ପଟେଲ, ରେସିଡେନ୍ସିଆଲ୍ ସ୍କୁଲ୍ ର ଉପାଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଶ୍ରୀ ଏସ୍.କାନ୍ତା ରାଓ, ରେସିଡେନ୍ସିଆଲ୍ ସ୍କୁଲ୍ ର ଉପାଧ୍ୟକ୍ଷ (ସେକେଣ୍ଡାରୀ) ଶ୍ରୀ ପ୍ରଦୀପ କୁମାର ସାହୁ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଉପାଧ୍ୟକ୍ଷ ଇଂ.ପୂର୍ଣ୍ଣେନ୍ଦୁ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶ୍ରେୟସୀ ମହାପାତ୍ର ପରିଚାଳନା କରିଥିଲେ । ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।