-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
କଳାହାଣ୍ଡି( ସଞ୍ଜିବ ଦାସ) ୭୩ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ମହାଲିଙ୍ଗ , ନାବାର୍ଡ ର DDM ଶ୍ରୀଯୁକ୍ତ ମଳୟ କୁମାର ମେହେର , ଓର୍ମ।ସ ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ କେରକେଟା ସାର୍ ଓ ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଓ ମହାଶକ୍ତି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ପରମାନନ୍ଦ ପ୍ରଧାନ ଏବଂ କେନ୍ଦ୍ରସରକାର ଓ ନାବାର୍ଡ ସହାୟତା ରେ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଗଠିତ ମା ସୁନାମୁଖି ଉତ୍ପାଦକ କଂପାନୀ ଲିଃ ର ସମସ୍ତ ବୋର୍ଡ ମେମ୍ବର ଅଗ୍ରଣୀ ଚାଷୀ ମାନଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି DDHO, ଶ୍ରୀଯୁକ୍ତ ମହ।ଲିଙ୍ଗ ଓ ନାବାର୍ଡ DDM, ଶ୍ରୀଯୁକ୍ତ ମେହେର ଗଜ ବ।ହାଲ ଠାରେ କୃଷି ଉତ୍ପାଦକ କଂପାନୀ ଲିଃ ର ଅଫିସ ଗୃହ ଉଦଘାଟନ କରିଛନ୍ତି।
ଆୟୋଜିତ ସଭା ରେ ମଞ୍ଚାସିନ ଅତିଥି ମାନେ କୃଷି ଓ କୃଷକ ର ବିକାଶ, ଜୈବିକ କୃଷି ଓ ବାଜରିକରଣ, ଫସଲ ଯୋଜନା ଏବଂ ସରକାର ଓ ନାବାର୍ଡ ର ଯୋଜନା ଓ ସହାୟତା ବିଷୟ ରେ ଆଲୋକପାତ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ।ଶେଷ ରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବଳଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।