-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ଥିବା ବେଳେ ଆଜି ମାମଲାରେ ବଡ଼ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ୩ ଲକ୍ଷ ୬ହଜାର ୬୪ ମାମଲା ସାମନାକୁ ଆସିଥିଲା । ପଜିଟିଭି ରେଟ୍ ୧୫.୫୨ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦିନକରେ ୬୧୪ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୦ ଜହାର ୪୬୨ କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍ କେସ୍ ୨୨,୩୬,୮୪୨ ହୋଇଯାଇଛି । ଏହା ବ୍ୟତୀତ ସୁସ୍ଥ ହାର ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩,୭୦,୭୧,୮୯୮ ଜଣ ଆକ୍ରାନ୍ତ ।