-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ଭୁବନେଶ୍ବର // ତ୍ରିଆଶା ବୀରଗାଥା ପକ୍ଷରୁ ଏକ ଭର୍ଚୁଆଲ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ପୂର୍ଣ୍ଣ ଭାରତବର୍ଷରୁ ଅନେକ କବି-କବୟତ୍ରୀ ଯୋଗ ଦେଇ ନିଜର ସ୍ୱରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ। ସମାଜର ବିଭିନ୍ନ ବର୍ଗରୁ ଆସି ଯୋଗ ଦେଇଥିବା କବିମାନେ ଦେଶପ୍ରେମରେ ଉଦବୁଦ୍ଧ ହୋଇ କେବଳ ଓଡ଼ିଶା ନୁହେଁ, ଭାରତବର୍ଷ ଏବଂ ବିଶ୍ୱର ଜନସାଧାରଣଙ୍କ ପାଇଁ ରଖିଥିଲେ ମାନବବାଦର ମହାର୍ଘ ଉପସ୍ଥାପନା ମାନ। ଓଡ଼ିଶାର ପାଇକ ବିଦ୍ରୋହ ଠାରୁ ଆରମ୍ଭ କରି ଆଜାଦ ହିନ୍ଦ୍ ଫୌଜ ପର୍ଯ୍ୟନ୍ତ, ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ବ କରି ଗୃପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଥମାନଙ୍କ ପର୍ଯ୍ୟନ୍ତ, ରାଜ୍ୟବାସୀଙ୍କର ଉନ୍ନତି ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ସତ୍ୟଯୁଗର ସ୍ଥାପନା ପର୍ଯ୍ୟନ୍ତ, ଦେଶପ୍ରେମର ଅପୂର୍ବ ଭାବନାରେ ଭିଜା କବିତା ଗୁଡ଼ିକ ଉପସ୍ଥିତ ସମସ୍ତ ଶ୍ରୋତାବୃନ୍ଦଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା।
ପିଜିଆର୍ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ପଦାରବିନ୍ଦ ରଥ ସଭାକାର୍ଯ୍ୟକୁ ଆରମ୍ଭ କରିବା ସହିତ ସଭାକାର୍ଯ୍ୟଟିକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ। ତ୍ରିଆଶା ସାହିତ୍ୟ ପରିବାରର ଅଧ୍ୟକ୍ଷ ଡ. ଆଶୁତୋଷ ଚୌଧୁରୀ ଉପସ୍ଥିତ ସୁଧୀବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହିପରି ଆହୁରି ଅନେକ କାର୍ଯ୍ୟକ୍ରମ ଆଗକୁ କରିବାର ଯୋଜନା ଅଛି ବୋଲି ପ୍ରକାଶ କରିଥିଲେ।