-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ମନମୁଣ୍ଡା- ସୋନପୁର ଅଞ୍ଚଳ ରେ ଶୋକ* ସୁବର୍ଣ୍ଣପୁର, -ଆଜି ଭୋର 5 ଟା ସମୟରେ ମନମୁଣ୍ଡା ବାଇପାସ ରାସ୍ତାରେ ଏକ ବାଇକ ଦୁର୍ଘଟଣା ରେ ମନମୁଣ୍ଡା ର ବହୁ ପରିଚିତ ଚା ଦୋକାନୀ ବାବୁଲି ସାହୁ (୫୦) ଙ୍କ ମୃତ୍ୟୁ ଘଟିଥିବା ରୁ ମନମୁଣ୍ଡା ତଥା ସୋନପୁର ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଆର ଏମ ସି ର କର୍ମଚାରୀ ସୁଦାମ ଚରଣ ସେଠୀ ଙ୍କ ସହିତ ସେ କୌଣସି କାମରେ ଯାଉଥିବା ବେଳେ ମନମୁଣ୍ଡା ବାଇପାସ ଠାରେ (0D.31. D 6094) ବାଇକ କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା l ଯା ଫଳ ରେ କି ଦୁର୍ଘଟଣା ରେ ବାଇକ ପଛରେ ବସିଥିବା ବାବୁଲି ସାହୁ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବା ବେଳେ ସୁଦାମ ଚରଣ ସେଠୀ ଗୁରୁତର ଆହତ ହୋଇ ମନମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅଛନ୍ତି l ଚଉରିଆ ପଦର ଗାଁ ର ମୃତ ବାବୁଲି ମନମୁଣ୍ଡା ତେଲ ନଦୀ ବ୍ରିଜ ଛକ ରେ ଦୀର୍ଘ ବର୍ଷ ରୁ ଏକ ଚା ଦୋକାନ ଦେଇ ନିଜ ପରିବାର ର ଗୁଜୁରାଣ ମେଣ୍ଟାଉଥିଲେ l ତାଙ୍କର ଗୋଟିଏ ପୁଅ ଓ ତିନି ଝିଅ ଥିବା ବେଳେ ବାବୁଲି ଜଣେ ଖୁବ ପରିଶ୍ରମୀ, ଓ ମେଳାପୀ ବ୍ୟକ୍ତି ଥିଲେ l ବାବୁଲି ସାହୁ ଙ୍କ ଚା ଦୋକାନ ଟି ମନମୁଣ୍ଡା - ସୋନପୁର ର ଠିକ ମଝିରେ ତେଲ ନଦୀ ବ୍ରିଜ ପାଖରେ ଥିବାରୁ ତାଙ୍କ ଦୋକାନ ରେ ପ୍ରତ୍ୟହ ଉଭୟ ଅଞ୍ଚଳ ର ଶହ ଶହ ଲୋକଙ୍କ ଭିଡ଼ ଜମି ଥାଏ l ଏବଂ ସେ ଚା ବେପାର ଓ ଅମାୟିକ ବ୍ୟବହାର ମାଧ୍ୟମରେ ଉଭୟ ଅଂଚଳ ର ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ଯୋଡିବା ରେ ସବୁବେଳେ ପ୍ରୟାସ ଜାରି ରଖିଥିଲେ l ଯାହାକି ତାଙ୍କର ଗୋଟେ ଭଲ ଗୁଣ ଥିଲା l ତାଙ୍କର ଅକାଳ ବିୟୋଗ ରେ ମନମୁଣ୍ଡା ସୋନପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ର କର୍ମକର୍ତ୍ତା ଙ୍କ ସମେତ ଉଭୟ ସହର ର ଶହ ଶହ ଯୁବକ ଓ ଶୁଭେଛୁ ସ୍ବର୍ଗୀୟ ବାବୁଲି ଙ୍କ ମର ଶରୀର କୁ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସ୍ଵଛଭାରତ ସଂଗଠନ ର ସଭାପତି ଲଷ୍ମୀ ନାରାୟଣ ମେହେର, ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାବୁଲି ଙ୍କ ମୃତ୍ୟୁ ରେ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l