-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜର କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଧୀରେନ୍ଦ୍ର କୁମାର ନାୟକ ଅର୍ଥଶାସ୍ତ୍ର ରେ Phd ହାସଲ କରିଛନ୍ତି ।ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ସିଦ୍ଧାର୍ଥ କଲେଜ ଅଧ୍ୟାପନା ବିଭାଗ ସମେତ ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।ସୂଚନା ଯୋଗ୍ୟଯେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଅଧୀନରେ Dr.Sanjib Kumar Hota (Guide) Lecturer Madhusudan lnstitute of Cooperative Management, Bhubaneswar ଏବଂ Dr.Sachidananda Boxi (Co Guide)Retd Reader,Brajaraj Nagar College,Brajaraj Nager ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ "Economics of Agricultural Marketing and It's Impact on Farm Productivity : A case study of Paddy Farming of Subarnapur District, Odisha" ବିଷୟ ଉପରେ ଗବେଷଣା କରି ଶ୍ରୀ ଧୀରେନ୍ଦ୍ର କୁମାର ନାୟକ Ph.D ଡିଗ୍ରୀ ଲାଭ କରିଛନ୍ତି।ତାଙ୍କର ଏହି ସନ୍ଦର୍ଭଟି Prof.B.L.Mathur Department of Economic Admistration and Financial Management, University of Rajasthan,Jaipur ଏବଂ Prof Alok Sen Dept of Economics,Assam University,Silchar,Assam ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି।ଭଗବାନଙ୍କ କରୁଣା,ବାପା ମା ଙ୍କ ଆଶୀର୍ବାଦ,ଆତ୍ମୀୟ ସ୍ଵଜନ ଙ୍କ ସୁମନାସ ସହଧର୍ମିଣୀ ମମତା ଦୁଇ ପୁଅ ପ୍ରିତମ ଏବଂ ଶ୍ରୀତମଙ୍କ ପ୍ରେରଣା ତାଙ୍କ ସଫଳତାର ଉତ୍ସ ବୋଲି ସେ କୁହନ୍ତି। ଶ୍ରୀ ନାୟକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଅନ୍ତର୍ଡା ଗ୍ରାମର ଓ ସେ ରାଜେନ୍ଦ୍ର ପ୍ରସାଦ ନାୟକ ଏବଂ ଶ୍ରୀମତୀ ବାନଲତା ନାୟକଙ୍କ ସୁପୁତ୍ର ଏବଂ ଘୋଡାଧାର ଗ୍ରାମର ସ୍ବର୍ଗତ ଧର୍ମଦତ୍ତ ପୂଜାହାରୀ ଏବଂ ଶ୍ରୀମତୀ ସନ୍ତୋସିନି ପୂଜାହାରୀଙ୍କ ଜମାତା।