-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ପଦ୍ମପୁର:-ଗାଇସିଲେଟ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଫସଲବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ କରିବା ପାଇଁ ରାଜ ବୋଡା ସମ୍ବର କୃଷକ ସଂଗଠନର ପ୍ରତିନିଧି ଓ ଚାଷୀ ମାନଙ୍କୁ ଡକା ହୋଇଥିଲା l ଇନ୍ସୁରେନ କମ୍ପାନୀ ର କର୍ମଚାରୀ ଖାଲି ରିଜେକ୍ଟ ର ଭେରିଫିକେସନ ପାଇଁ ଆସିଛି କହିଥିଲେ l ପେଣ୍ଡିଙ୍ଗ ଓ ରିଭର୍ଟ ର କିଛି ବି ସ୍ବଷ୍ଟି କରଣ କରି ପାରିଲେ ନାହିଁ l ତେଣୁ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ଓ ଚାଷୀ ମାନେ ଦାବୀ କଲେ କି, ପ୍ରଥମେ HDFC Ergo କମ୍ପାନୀ ରିଭର୍ଟ ଓ ପେଣ୍ଡିଙ୍ଗ ଫସଲବୀମା ପଲିସିକୁ Aproved କରିଦଉ ତାପରେ ରିଜେକ୍ଟ ପଲିସି ର ଭେରିଫିକେସନ କରୁ l ଚାଷୀ ମାନଙ୍କୁ ହଇରାଣ କରିବା ସହିତ ପଇସା ନ ଦେବା ପାଇଁ HDFC ERGO କମ୍ପାନୀ ଷଡଯନ୍ତ୍ର ଚଳେଇଛି ଯେତେ ଶିଘ୍ର କମ୍ପାନୀ ସମସ୍ତ ରିଜେକ୍ଟ ରିଭର୍ଟ ଆବେଦନ କୁ aproved କରିଦଉ ତାପରେ ରିଜେକ୍ଟ ର ଭେରିଫିକେସନ କଲେ ସମସ୍ତ ଚାଷୀ ସହଯୋଗ କରିବେ ବୋଲି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଓ ଚାଷୀ ମାନେ ଦାବି ଜଣେଇ ଥିଲେ l କମ୍ପାନୀ ବହୁ ଶିଘ୍ର ପେଣ୍ଡିଙ୍ଗ ରିଭର୍ଟ ଓ ରିଜେକ୍ଟ ର ସମାଧାନ କରୁ ,ନଚେତ ଆଗାମୀ ଦିନରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ବିକଳ୍ପ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି l ଏହି ଆଲୋଚନା ରେ ସଂଗଠନ ର ସଭାପତି ଅରବିନ୍ଦ ପଣ୍ଡା,ଆବାହକ -ବିରେନ୍ଦ୍ର ସାହୁ,ସମ୍ପାଦକ-ଗଜପତି ସାହୁ,କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ଉପସଭାପତି ସରୋଜ ସାହୁ ,ମହେଶ ଦାଶ, ରଥୀ ସାହୁ,ବିରେନ୍ଦ୍ର ସାହୁ ଓ ଚାଷୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ l