-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ବଲାଙ୍ଗିର : ମୋବାଇଲ ଚୋର ମାନଙ୍କୁ ଧରିବାରେ ବଲାଙ୍ଗିର ପୋଲିସ କୁ ଏକ ବଡ ସଫଳତା ମିଳିଛି l ନେପାଳ ସୀମାରୁ ଧରାପଡ଼ିଲେ ଗୋରାସହନ ଗ୍ୟାଙ୍ଗର ୩ ଲୁଟେରା l ବିଭିନ୍ନ ସ୍ଥାନରୁ ଏହି ଯୁବକ ମାନେ ମୋବାଇଲା ଚୋରି କରୁଥିଲେ l ଗିରଫ ଲୁଟେରାଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ମୋବାଇଲ ଜବତ କରିଛି ବଲାଙ୍ଗିର ପୁଲିସ
ବଲାଙ୍ଗିର ସହର ରମାଇ ଟକିଜ୍ ସିନେମା ହଲ୍ ରୋଡ୍ରେ ଲୁଟ୍ ମାମଲାରେ ଶହେରୁ ଅଧିକ ମୋବାଇଲ ଜବତ କରିଛି ବଲାଙ୍ଗିର ପୋଲିସ l ଏ ନେଇ ବଲାଙ୍ଗିର ଏସ୍ ପି ନୀତିନ୍ କୁଶଳକର ଆଜି ବଲାଙ୍ଗିର ରେ ଅନୁଷ୍ଠତି ଏକ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି l