-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ସମ୍ବଲପୁର,(ସଂଜୀବପାଣିଗ୍ରାହୀ ) ପ୍ରୟାସ ପରିବାର ପକ୍ଷରୁ ଆଜି ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ କୋଭିଡ କଟକଣା ଭିତରେ ପାଳନ କରାଯାଇଥିଲା I ସମ୍ବଲପୁର ବୁଢ଼ାରଜା ମନ୍ଦିର ପ୍ରାଙ୍ଗଣରେ ରହିଛି ଉଲଗୁଲାନ ସ୍ମାରକୀ ଯାହା ବୀର ସୁରେନ୍ଦ୍ର ସାଏଙ୍କର ସ୍ଵାଧୀନତା ସଂଗ୍ରାମର ପରିଚୟ ଦିଏ I ତାହା ଆଜି ଅବହେଳିତ I ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି । ତେଣୁ ଏହାର ଯତ୍ନ ନେଇ ଲୋକ ଲୋଚନକୁ ଆଣିବାକୁ ଦାବୀ ଜୋର୍ ଧରିଛି I ପ୍ରୟାସ ପରିବାର ତରଫରୁ ଏହି ଉଲଗୁଲାନ ସ୍ମାରକୀକୁ ସଫାସୁତୁରା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରି ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ସ୍ମୃତିଚାରଣ କରିବା ସହିତ ଏକ ସଭା ମଧ୍ୟ ଆୟୋଜିତ ହୋଇଥିଲା I ଏଥିରେ ପ୍ରୟାସ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I