-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ସୁବର୍ଣ୍ଣପୁର, ଆଜି ଭୋର ସକାଳେ ସୋନପୁର ମହା ବଳି ଯାତ୍ରା ଚାର ଘରିଆ ର ମୁଖ୍ୟ ସେବାୟତ ମାଗୁଣି ଜୁଗୁନିଆଁ 80 ଙ୍କ ପରଲୋକ ଘଟିବାରୁ ସ୍ଥାନୀୟ ଘୋଡ଼ାଘାଟ ପଡା, ବଳି ଯାତ୍ରା କମିଟି ସମେତ ସାରା ସହର ରେ ଶୋକ ର ଛାୟା ଖେଳିଯାଇଛି l ସେବାୟତ ଶ୍ରୀ ଜୁଗୁନିଆଁ ସୋନପୁର ର ରାଜା ରାଜୁଡା ସମୟ ରୁ ପ୍ରତ୍ୟୋକ ବଳି ( ଦେବୀ ) ଙ୍କ ଆଗରେ ରହି ବଳି ଯାତ୍ରା ର ଚାରଘରିଆ ପୂଜା ବେଳେ ଖୁବ ନିଷ୍ଠା ର ସହିତ ମୁଖ୍ୟ ଭୂମିକା ନିଭାଇ ଆସୁଥିଲେ ଓ ଯାତ୍ରା ର ନୀତି ନିୟମ ଉପରେ ତାଙ୍କରି ଖୁବ ଅଭିଜ୍ଞତା ମଧ୍ୟ ଥିଲା l ଘୋଡ଼ାଘାଟପଡା ଶ୍ରୀ ଗୋକୋନେଶ୍ୱର ସ୍ମଶାନ ଘାଟ ରେ ଆଜି ସ୍ବର୍ଗତ ଯୁଗୀନିଆଁ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଳି ଯାତ୍ରା କମିଟି ର ବରିଷ୍ଠ ସଭ୍ୟ ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ସମେତ ସମସ୍ତ ସଭ୍ୟ ଓ ସେବାୟତ ସ୍ବର୍ଗତ ଜୁଗୁନିଆଁ ଙ୍କ ମରଶରୀର କୁ ଅନ୍ତିମ ଦର୍ଶନ କରିଥିଲେ l ସାନ ପୁଅ ଯାଦବ ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l