-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ବଲାଙ୍ଗିର // ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଙ୍କ ଅଚାନକ ବଲାଙ୍ଗୀର ଜିଲ୍ଲାରେ ସଵୁ ଵର୍ଷ ଚର୍ଚ୍ଚା ଥିବା ଡୁଡୁକା ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ
ଧାନକିଣାରେ ଅବ୍ୟବସ୍ଥା ଓ ଦୁର୍ନୀତି ଜଳଜଳ ଦିଶୁଛି ଵୋଲି ଵିଧାୟକ ନରସିଂହ ମିଶ୍ର ପ୍ରକାଶ କରିଛନ୍ତି।
ସ୍ଥିତିରେ ସୁଧାନ ନ ଆଣିଲେ ପରିସ୍ଥିତି ଭୟଙ୍କର ରୂପ ନେଇ ଆଗାମୀ ଦିନରେ ଚାଷୀ ମାନଙ୍କ ଆନ୍ଦୋଳନ ତିଵ୍ର ହୋଇପାରେ ଵିଧାୟକ ନରସିଂହ ମିଶ୍ର କହିଛନ୍ତି ll
ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଲୋଇସିଂହା ନିର୍ବାଚନ ମଣ୍ଡଳି ସ୍ଥିତ ଆଗଲପୁରର ଡଡୁକା ଠାରେ ଥିବା ଧାନ ବିକ୍ରୟ କେନ୍ଦ୍ରକୁ ଗତକାଲି ପରିଦର୍ଶନରେ ଯାଇଥିଲେ । ସେଠାରେ ଦେଖାଯାଇଥିଲା ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ରଖାଯାଇଛି । ଚାଷୀମାନେ ହତାଶ ହୋଇ ବସିଛନ୍ତି । ବିଧାୟକ ଶ୍ରୀ ମିଶ୍ର ପହଞ୍ଚବା ପରେ ଉପସ୍ଥିତ ଥିବା ଚାଷୀମାନେ ଅଭିଯୋଗ କରିଥିଲେ ଯେ ତାଙ୍କ ଧାନ ସମ୍ପାଦକ ରାଧାକାନ୍ତ ସାହୁ କିଣୁ ନାହାନ୍ତି । ଦାୟିତ୍ୱରେ ଥିବା ସଂପାଦକ ରାଧାକାନ୍ତ ସାହୁ ଆଶ୍ଚର୍ଯ୍ୟଜନକ ଭାବେ ସଫେଇ ଦେଉଛନ୍ତି ଯେ ମିଲ୍ ମାଲିକ ଗାଡି ପଠାଉ ନାହାନ୍ତି ବୋଲି ଧାନ ଉଠି ପାରୁନାହିଁ । କିନ୍ତୁ ନିୟମ କହୁଛି ଚାଷୀ ତାର ଧାନ ମଣ୍ଡିକୁ ନେଇ ଆସିବ । ମଣ୍ଡିରେ ଧାନର ସୁରକ୍ଷା ତଥା ମିଲକୁ କେମିତି ଯିବ ସେ ସବୁ ସମ୍ପାଦକ ଙ୍କ ଦାୟିତ୍ୱ । କିନ୍ତୁ ଏଠାରେ ଫଳ ଓଲଟା ବୋଲି ଜଣା ପଡୁଛି । କିଛି ଦିନ ପୂର୍ବରୁ ଏହି ସମସ୍ୟାକୁ ନେଇ ବିଭାଗୀୟ ସଚିବ ଶ୍ରୀ ଯାଦବ ମାନ୍ୟବର ବଲାଙ୍ଗିର ବିଧାୟକଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ ଚାଷୀ କେବଳ ଧାନ ମଣ୍ଡିକୁ ଆଣି ରଖିବ । ମଣ୍ଡିରେ ତାର
ଧାନ ଓଜନ କଲାପରେ ସେ ତାର ରସିଦ ପାଇବ । ଏସବୁ କରିବା ପାଇଁ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ବାଧ୍ୟ କିନ୍ତୁ ସଚିବଙ୍କ କଥା ଓ ଏଠିକାର କାର୍ଯ୍ୟରେ ମେଳ ଖାଉନଥିବାର ସ୍ପଷ୍ଟ ହେଉଛି ବୋଲି ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ସେ ତତ୍କ୍ଷଣାତ ଧାନକିଣା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଶ୍ରୀ ଧରୁଆଙ୍କୁ ଫୋନ ଯୋଗେ ସନ୍ଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ଶିଘ୍ର ଉଠାଇବାକୁ ଏବଂ ଚାଷୀଙ୍କୁ ତାର ବାବଦରେ ରସିଦ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ସେ ବିଭାଗ ତଥା ସରକାରଙ୍କୁ ଆଉ ଥରେ ଚେତେଇ ଦେଇଛନ୍ତି ଯେ ଯଦି ଧାନକିଣାକୁ ନେଇ ବାରମ୍ବାର ଏପରି ଚାଷୀଙ୍କୁ ହଇରାଣ କରାଯାଏ ତେବେ ଆଗକୁ ପରିସ୍ଥିତି ଚାଷୀ ମାନଙ୍କ ଆନ୍ଦୋଳନ ଭୟଙ୍କର ହୋଇପାରେ । ମଣ୍ଡିର ସ୍ଥିତି ଦେଖିଲେ ଦୁର୍ନିତି ଏବଂ ଅବ୍ୟବସ୍ଥା ଜଳ ଜଳ ହୋଇ ଦେଖାଯାଉଛି ବୋଲି ସେ କ୍ଷୋଭର ସହ ନିଜ ବକ୍ତବ୍ୟ ରଖିଥିଲେ ।। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଧାନ ବିକ୍ରି ର ସଠିକ ଭାବେ ରିପୋର୍ଟ ଦେଉନଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର ।ଏଠି ପ୍ରଶ୍ନ ଉଠୁଛି ଡୁଡୁକା ପେକ୍ସ ସମ୍ପାଦକ ରାଧାକାନ୍ତ ସାହୁ କାହାର ଛତ୍ର ଛାୟା ରେ କୋରୋନା ସମୟରେ ଡୁଡୁକା ପେକ୍ସ ର ଚାଷୀ ମାନଙ୍କୁ ଶୋଷଣ କରୁଛନ୍ତି ପ୍ରତି ବର୍ଷ ?ଏହାର ତଦନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀ ମାନଙ୍କୁ ସହଯୋଗ କରୁ ବୋଲି ଜନମତ ପ୍ରକାଶ ପାଇଛି l