-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଅବଧି ଆଉ ଦିନକ ପରେ ଶେଷ ହେଉ ଥିବାରୁ ସାରା ବିନିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ରାଜନୀତି ବାତାବରଣ ସରଗରମ ହୋଇ ଉଠିଛି ।ନିର୍ବାଚନ ଯୁଦ୍ଧରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଶାୟୀ ମାନେ ଘର ଘର ବୁଲି ଭୋଟରଙ୍କ ସହ ସମ୍ପର୍କ ସ୍ଥାପନ ଅଭିଯାନ ଆରମ୍ଭ କରି ଦେଇଥିବା ବେଳେ କେତେକ ଆଶାୟୀ ତାଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କୁ ଧରି ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।ଆଜି ଚତୁର୍ଥ ଦିନରେ ବିନିକା ବ୍ଲକର ପୂର୍ବତନ ସରପଞ୍ଚ/ସମିତି ସଭ୍ୟା ବଣେଶ୍ୱରୀ ପ୍ରଧାନ ଶଙ୍କରା ପଞ୍ଚାୟତ ସମିତିସଭ୍ୟ ପଦ ପାଇଁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ବ୍ୟାସଦେବ ବେହେରାଙ୍କ ଠାରେ ୨ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ସେହିପରି ଅନ୍ୟ ପକ୍ଷରେ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୩୦ଜଣ,ସମିତିସଭ୍ୟ ପଦ ପାଇଁ ୨୧ଜଣ ଏବଂ ୯୭ଜଣ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।ଅନ୍ୟ ପକ୍ଷରେ ବିନିକା ବ୍ଳକର ୧ନଂ ଜିଲ୍ଲାପରିଷଦ ଜୋନ ପାଇଁ ବିଜେପି ଦଳରୁ ଫୁଲମୁଠି ଗ୍ରାମର ପ୍ରମିଳା କଲତା ଓ ୨ନଂ ଜୋନପାଇଁ ଯୁବ ଇଞ୍ଜିନିୟର ବାବୁଲୁ ବିଶି ତାଙ୍କର ସମର୍ଥକଙ୍କ ଗହଣରେ ଯାଇ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।