-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୈଜାମୁଣ୍ଡା ଗ୍ରାମରେ ୨୫ କୋଟି ୪୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି I ଏଣେତେଣେ ବୁଲି ନିରାଶ୍ରୟ ଜୀବନ ବିତାଉଥିବା ଅସହାୟ ଓ ଭିକାରୀଙ୍କୁ ଥଇଥାନ କରାଯିବା ସହ ସେମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସର କଳ୍ପନା କରାଯାଇଥିଲା ଯାହାକି ଆଜି ସଫଳ ହେଇଛି I ଆଜିର ଏହି କାର୍ଯ୍ୟକ୍ଷମ ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ.ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ବି. ଗଙ୍ଗାଧର ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସର୍ଭେ କରାଯାଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ ମନ୍ଦିର, ମଲ ଇତ୍ୟାଦି ବାହାରେ ବସୁଥିବା ଭିକାରୀଙ୍କୁ ଚିହ୍ନଟ କରାଯାଇଥିଲା I ଉନ୍ନତ ମାନର ଖାଦ୍ୟପେୟ, ରହଣି, ମନୋରଞ୍ଜନ ଓ ଖେଳକୁଦ ପାଇଁ ଆବଶ୍ୟକ ସରଞ୍ଜାମ ଏବଂ ଦେହ ସୁସ୍ଥ ରହିବା ପାଇଁ ଯୋଗ ଓ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିବ I ଭିକ୍ଷା ବୃତ୍ତି କରି ବଂଚୁଥିବା ଏବଂ ଭିନ୍ନକ୍ଷମ ଲୋକେ ବାଧ୍ୟ ହେଉଥିଲେ କିନ୍ତୁ ବର୍ତ୍ତମାନ ସେମାନେ ଉପଯୋଗୀତା ପାଇପାରିବେ I ସମ୍ବଲପୁର ଜିଲ୍ଲାକୁ ଭିକାରୀ ମୁକ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ଭଳି ପ୍ରୟାସ ନିଶ୍ଟିତ ଭାବେ ପ୍ରଶଂସା ଯୋଗ୍ୟ I ସୂଚନା ଯେ ଉଦ୍ଧାର ହୋଇଥିବା ୪୭ ଜଣ ଭିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଥଇଥାନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଭିନ୍ନକ୍ଷମ ଅଧିକାରୀ ରବୀନ୍ଦ୍ର ନାଥ ଶତପଥି I