-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ମନୋରଞ୍ଜନ

ଏକ ଅନନ୍ୟ ପ୍ରତିଭା ର‌‌ ଅଧିକାରିଣୀ ସାହିନ୍

18-Jan-2022



ଯେତେବେଳେ ସ୍ବପ୍ନ ନିଦ ଉପରେ ଭାରି ପଡ଼ିଯାଏ, ସେତେବେଳେ ଦୁର୍ବଳତା ବି ସୁଯୋଗ ପାଲଟି ଯାଏ । ଠିକ୍ ସେମିତି କିଛି ଘଟିଥିଲା ତଙ୍କ ଜୀବନରେ। ପିଲାଦିନେ ଗୀତ ଶୁଣିବାର ନିଶା, ସିନେମା ଦେଖିବାର ଆଗ୍ରହ ଓ କାହାଣୀ ପଢ଼ିବା ପାଇଁ ଥିବା ଆକର୍ଷଣ, ତାଙ୍କୁ ଯେ ଦିନେ ଓଡ଼ିଆ ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ କରି ଗଢି ତୋଳିବ ଏ କଥା କିଏ ଜାଣିଥିଲା। ଶ୍ରିଯା ସହିନ୍ ସିଦ୍ଧାର୍ଥ, ଓଡ଼ିଆ ସିନେମା ଧାରାବାହିକ ଶିଳ୍ପ ସହ ଜଡ଼ିତ ଥିବା ଲୋକ ମାନଙ୍କ ପାଇଁ ଏହା ଏକ ବହୁ ପରିଚିତ ନାଁ। ବର୍ତମାନ ସେ କଲର୍ସ ଓଡ଼ିଆ ଚ୍ୟାନେଲ ର ମୁଖ୍ୟ ଭାବରେ କାର୍ଯ୍ୟରତ। ତାଙ୍କର ପିଲାଦିନ କଟେ  ଇସ୍ପାତ ସହର ରାଉକେଲାରେ।ବାପା ରେଳ ବିଭାଗ ର କର୍ମଚାରୀ ମାଆ ଗୃହିଣୀ। ପିଲା ଦିନରୁ ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ସମସ୍ତଙ୍କର ସ୍ବପ୍ନ ଥିଲା ଯେ ସେ କୌଣସି ବଡ଼ ସରକାରୀ ପଦବୀରେ ନହେଲେ ବ୍ୟାଙ୍କ୍ ରେ ଚାକିରି କରିବେ।ସତକୁ ସତ ସେଇଆ ଘଟିଲା। ଫାଇନାନ୍ସ ପାଠପଢ଼ା ପରେ ନ୍ୟାସନାଲ ବ୍ରାଣ୍ଡ ରେ ସେ ନିଯୁକ୍ତି ପାଇଥିଲେ। ଯେତେବେଳେ ଦେଖିଥିବା ସ୍ବପ୍ନ ର ଡାକରା ଆସେ ତାକୁ କିଏବା ମନା କରିପାରେ। ଠିକ୍ ସେଇଆ ଘଟିଥିଲା ତାଙ୍କ

ସହ। ଦୁନିଆଁର କଥାକୁ ନ ଶୁଣି ସେ ଶୁଣିଥିଲେ ନିଜ ହୃଦୟର କଥା ଓ ରେଡିଓ ଜକି ଭାବରେ ଯୋଗ ଦେଇଥିଲେ ବିଗ୍ ଏଫ୍ ଏମ୍ ରେ। ବାସ୍ ସେଇଠୁ ବଦଳି ଯାଇଥିଲା ତାଙ୍କର ଜୀବନର ଗତିପଥ। ରେଡିଓ ଜକି ଭାବରେ ସେ ସାଉଣ୍ଟନ୍ତି ଅଜସ୍ର ଲୋକପ୍ରିୟତା। ଅଳ୍ପ କିଛି ବର୍ଷ ଭିତରେ ସେ ଅତିକ୍ରମ କରନ୍ତି ରେଡିଓ ଜକି ରୁ ପ୍ରୋଗ୍ରାମିଙ୍ଗ ହେଡ୍ ପର୍ଯ୍ୟନ୍ତର ଦୂରତାକୁ । ହାତ ଧରି ତିଆରି କରନ୍ତି ନୂଆ ପିଢ଼ିକୁ, ଯେଉଁ ମାନଙ୍କ ମଧ୍ୟରୁ ଅନେକ ଆଜିର ତାରିଖରେ ରେଡିଓ ଜଗତର ପରିଚିତ ନାଁ। ଯେଉଁ ଆଖି ବଡ଼ ସ୍ବପ୍ନ ଦେଖିବାରେ ଅଭ୍ୟସ୍ତ ତାକୁ ବା ରେଡିଓ କେତେଦିନ ବାନ୍ଧି ପାରିଥାନ୍ତା ପରେ ପରେ ସେ ଯୋଗ ଦିଅନ୍ତି ଟେଲିଭିଜନରେ। ତରଙ୍ଗ ମ୍ୟୁଜିକର ଚ୍ୟାନେଲ ହେଡ଼ ଭାବରେ ଆରମ୍ଭ ହୁଏ ତାଙ୍କର ଟେଲିଭିଜନ୍ କ୍ୟାରିଅର।ତାଙ୍କରି ଉଦ୍ୟମ ରେ ସଙ୍ଗୀତ ଜଗତର ପ୍ରଚ୍ଛଦପଟର ନାୟକ ମାନଙ୍କୁ ମିଳେ ତାରକାର ପରିଚୟ । ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ବଦ୍ୟକାର ମାନଙ୍କୁ ପ୍ରଥମଥର ଦର୍ଶକ ପରଦାରେ ଦେଖିବାର ସୁଯୋଗ ପାଆନ୍ତି ଏବଂ ତାଙ୍କର ତତ୍ୱାବଧାନ ରେ ତିଆରି ହୁଅନ୍ତି ଅନେକ ନୂଆ ନୂଆ ଯୁବ ଅଙ୍କର୍। ସେ ନିଜେ ନିଜର ପ୍ରତିଦ୍ବନ୍ଦୀ। ଚିରାଚରିତ ଧାରାରୁ ହଟି କିଛି ନୂଆ କରିବାର ପ୍ରେଚେଷ୍ଟ ତାଙ୍କୁ ଭିଡ଼ ଭିତରୁ ନିଆରା କରି ଗଢି ତୋଳେ।ବର୍ତ୍ତମାନ  ସେ କଲର୍ସ ଓଡ଼ିଆ ର ମୁଖ୍ୟ ଭାବରେ କାର୍ଯ୍ୟରତ । ଆଗାମୀ ଦିନରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ର ଉପହାର ଦେବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି କୁ  ଆଗକୁ ନେବାପାଇଁ ସେ ପ୍ରତିଶ୍ରୁତିବଦ୍ଧ। ତାଙ୍କର ସ୍ବପ୍ନ ଅନ୍ୟାନ୍ୟ ଭାଷା ପରି ଓଡ଼ିଆ ଭାଷାର କାହାଣୀ ଓଡ଼ିଆ କଳାକାର ମାନଙ୍କୁ ସେ ଜାତୀୟ ସ୍ତରରେ ପ୍ରତିପାଦନ କରିବେ। 

କର୍ମମୟ ଜୀବନରୁ ଟିକେ ଫୁରସତ ମିଳିଲେ  ନିଜ ପରିବାର ସହ ଗୋଟେ ମୁହୂର୍ତ୍ତକୁ ବି ସେ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ପରିବାର କହିଲେ ତାଙ୍କର ସ୍ବାମୀ ସ୍ଥିତପ୍ରଜ୍ଞ ସିଦ୍ଧାର୍ଥ ଯିଏକି ଜଣେ ସଫଳ ଏଣ୍ଟରପ୍ରେନ୍ୟୁଅର୍ ଆଉ ଦୁଇଟି ପୁଅ ଜୟ ଓ ୟଶ।ବୃତ୍ତିଗତ ଜୀବନରେ ସେ ଯେତିକି ଦକ୍ଷ ବ୍ୟକ୍ତିଗତ ଜୀବନରେ ସେ ସେତିକି ସୃଜନଶୀଳ । ସେ ଯେତିକି ଭଲ କଥା କୁହନ୍ତି ସେତିକି ଭଲ ଚିତ୍ର ଅଙ୍କନ୍ତି ତା ସହ ଗପ ଲେଖିବା ପଢିବା ଆଉ ବଗିଚା ତିଆରି କରିବା ଓ ରୋଷେଇ କରିବାରେ ସେ ପାରଙ୍ଗମ। ଖାଲି ସେତିକି ନୁହେଁ, ସେ ଜଣେ ତାଲିମ୍ ପ୍ରାପ୍ତ କଥକ ନୃତ୍ୟଶିଳ୍ପୀ ମଧ୍ୟ। କେହି ହୁଏତ ନଦେଖିଲେ ବିଶ୍ବାସ କରିପାରିବେନି ଯେ ନିଜର ବ୍ୟବହୃତ ଅଧିକାଂଶ ଡ୍ରେସ୍ ସେ ନିଜେ ସିଲେଇ କରନ୍ତି ଯାହାର ସୁନ୍ଦରତା କୌଣସି ଫ୍ୟାସନ୍ ଡିଜାଇନର ର ଡିଜାଇନ୍ ଠାରୁ କମ୍ ନୁହେଁ।
ତାଙ୍କର ସବୁ ସ୍ବପ୍ନ ସାକାର ହେଉ । ଆଗାମୀ ଦିନରେ ମନୋରଞ୍ଜନ ଶିଳ୍ପକୁ ସିଖରକୁ ନେଇ ଯାଆନ୍ତୁ ଏତିକି ହିଁ ଆଶା।

(ଉପସ୍ଥାପନା : ଅମୃତ ନନ୍ଦ) 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm