-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ (ପିଡି) ଦିଲୀପ କୁମାର ବଳ ଆଜି କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି I ଏହା ଫଳରେ ଆଜି ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ଅଞ୍ଚଳକୁ ସାନିଟାଈଜ କରାଯାଇଥିଲା I ଜ଼ିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ସାନିଟାଈଜ କରିଥିଲେ I ତେବେ ଗତ ୫ ଦିନ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ବଳଙ୍କ ସମେତ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ର ସମୁଦାୟ ୬ ଜଣ କର୍ମଚାରୀ କରୋନା ପୋଜିଟିଭ ଚି଼ହ୍ନଟ ହୋଇଥିବା ଜଣାଯାଇଛି I