-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ଗଞ୍ଜାମ (ପବିତ୍ର କୁମାର ମହାପାତ୍ର) : ଜନ୍ମ ଠାରୁ ମୃତ୍ୟୁ ଯାଏଁ ସରକାରଙ୍କ ମାଳ ମାଳ ଯୋଜନା।କିନ୍ତୁ ଆଜି ମଧ୍ୟ ଭଙ୍ଗା କୁଡ଼ିଆରେ ରହି ଜୀବନ ସହିତ ସଂଘର୍ଷ କରୁଛନ୍ତି ଅଧିକାଂଶ ଗରିବ ପରିବାର।ନିଜର ପ୍ରତ୍ୟକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଦଳିତ,ନିଷ୍ପେସିତ ଓ ଗରିବ ବ୍ୟକ୍ତିମାନେ।
ଦିଗହରା ହେଉଛି ଗରିବଙ୍କ ହିତପାଇଁ କରାଯାଇଥିବା ସମସ୍ତ ଯୋଜନା।ଏଠି ଗରିବଙ୍କ ପଡି ଖାଉଛି ଧନୀ।ଧନୀ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ କରି ତାଙ୍କଠାରୁ ହାତଗୁଂଜା ନେଇ ତାଙ୍କୁ ଦିଆଯାଉଛି ସେହି ରାସନକାର୍ଡ ମାଧ୍ୟମରେ ଆବାସ ଯୋଜନାରେ ପକା ଘର କିନ୍ତୁ ଏଠି ଗରିବଙ୍କୁ ମିଳୁନି ସେସବୁ ସୁବିଧା। ପଞ୍ଚାୟତ ମୁଖିଆ ଯଦି ଆଖିଥାଉଥାଉ ଅନ୍ଧ ହୋଇଯିବ ତେବେ ଗରିବ ତାର ଦୁଃଖ କାହାକୁ କହିବ।ଭିର୍ଣ୍ଣ ଭିର୍ଣ୍ଣ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ନିଜର ଅର୍ଥ ବଳରେ ଚୟନ ହୋଇଥିବା ପଞ୍ଚାୟତ ମୁଖିଆ କଣ ବୁଝିପାରିବ ଗରୀବର ଦୁଃଖ?
ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ଜଗନ୍ନାଥ ପ୍ରସାଦ ପଞ୍ଚାୟତର ଡୁଙ୍ଗାପଲ୍ଲୀ ଗ୍ରାମର କଥା.....ଏହି ଗ୍ରାମର ସୁଶିଳା ନାୟକ।
ଘର କହିଲେ ଚାରିହାତର ଗୋଟିଏ ଭଙ୍ଗା କୁଡିଆ।ନିଜର ବୋଲି ପାଖରେ କେହି ନାହିଁ।ଗ୍ରାମଠାରୁ ତିନି କିଲୋମିଟର ଦୂରରେ ଥିବା କାଜୁ ଜଙ୍ଗଲରୁ ଶୁଖିଲା କାଠ ନିଜ ମୁଣ୍ଡରେ ଧରି ଆସେ ଓ ସେଥିରେ ରୋଷେଇକରି ନିଜେ ବଂଚିରହିବାପାଇଁ ମୁଠାଏ ଖାଏ। ପଡିପତ୍ର ତାଲିକାରେ ନିଜର ନାମ ଥାଇ ସୁଦ୍ଧା ୭୦ ବର୍ଷୀୟ ବୃଦ୍ଧାକୁ ମିଳୁନାହିଁ ଆବାସ ଯୋଜନାରେ ଘର ଖଣ୍ଡିଏ।
ସେମିତି ସେହି ଗ୍ରାମର କୁମାରୀ ନାୟକ l ଜଙ୍ଗଲରୁ ବାଉଁଶ ଆଣି, ନିଜ ହାତରେ ବାଉଁଶ ନିର୍ମିତ ଦରକାରୀ ଜିନିଷପତ୍ର ତିଆରି କରି,ତାକୁ ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ କରେ,ହେଲେ ତାର ମଧ୍ୟ ଅବସ୍ଥା ନିଜ ଗ୍ରାମର ସୁଶିଳା ପରି।ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନାରେ ଆଜିପର୍ଯ୍ୟନ୍ତ ଘର ଖଣ୍ଡେ ପାଇନାହିଁ।ସରପଞ୍ଚଙ୍କ ପାଖରେ ଗୁହାରିକରି ଶେଷରେ ଥକିଯାଇଛନ୍ତି।ପୁଣି ସେହି ଡୁଙ୍ଗାପଲ୍ଲୀଗ୍ରାମର କୁମାରୀ ନାୟକ।ଘର ଅଛି କିନ୍ତୁ ଚାଳରେ ନାଡ଼ା ନାହିଁ।ଏ ହେଉଛନ୍ତି ଜଣେ ଭିର୍ଣକ୍ଷମ ମହିଳା।ନିଜର ଭଙ୍ଗା ଘର ଯୋଗୁଁ ଅନ୍ୟ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି।ବର୍ଷା କି ଖରା ହେଉ ଅବା ସିତ ସେସବୁକୁ ସଯକରି ଆସି ହେଲାଣି 65 ବର୍ଷ ବୟସ।
ବିରେନ୍ଦ୍ର ନାୟକ ନାମକ ଏହି ବ୍ୟକ୍ତି ମଧ୍ୟ ହେଉଛନ୍ତି ସେହି ଗ୍ରାମର।ଏ ମଧ୍ୟ ଜଣେ ଭିର୍ଣ୍ଣକ୍ଷମ ମଣିଷ।ନିଜର ଚାଳ ଘରକୁ ମରାମତ କରିନପାରି ଗୋଟିଏ ପାଲ ର ସାହାରା ନେଇଛନ୍ତି।ନା ଅଛି ପଡିପତ୍ର ନା ମିଳୁଛି ସହାୟତା।ମୁଣ୍ଡ ଉପରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚ।ଏମିତି କେତେ ପାଞ୍ଚ ବର୍ଷ ବିତିଗଲାଣି ଘର ଖଣ୍ଡିକ ଆଶାରେ।ସମୟକୁ ଅପେକ୍ଷାକରି ମଧ୍ୟ ଆଜି ନିରାଶ୍ରୟ ହୋଇ ଜଗିରହିଛନ୍ତି ସରକାରଙ୍କ ସହାୟତାରେ ଖଣ୍ଡିଏ ଘର ଆଶାରେ।ମଣିଷ ବଞ୍ଚି ରହିବାପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଜରୁରୀ ଆବଶ୍ୟକତା ଥିବାବେଳେ ,କେବଳ ଦେଖିବାକୁ ବାକିଅଛି କେବେ କୃପାଦୃଷ୍ଟି ପଡୁଛି ଏହି ଗରିବଙ୍କ ଉପରେ ସରକାରଙ୍କର।