-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ବଲାଙ୍ଗିର(ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ରକ୍ଷକ ଦଳର ସଦସ୍ୟମାନଙ୍କ ତରଫରୁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଳା ନିକଟସ୍ଥ ଜଙ୍ଗଲରେ ପରିବେଶ ଭିଭିକ ଆଲୋଚନା ଚକ୍ର ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଆଞ୍ଚଳିକ ପରିବହନ ଅଧିକାରୀ ନୀଖିଲ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନ ତଥା ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ମଦନ ମୋହନ ପ୍ରଧାନ ସଂଯୋଜନା କାର୍ଯ୍ୟକ୍ରମରେ ମାଝିପଡା ସ୍କୁଲର ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନ୍ସେଲର ବିରଞ୍ଚି ନାରାୟଣ ଦାଶ ପରିଚାଳନା କରିଥିଲେ । ଗଛ ବିନା ଜୀବନ ତଥା ଜୀବଜଗତ ଅସମ୍ଭବ । ତେଣୁ ବୃକ୍ଷରୋପଣ କରିବା ସହ ତାହାର ଯନ୍ତ୍ର ଓ ସୁରେକ୍ଷା
ନେବାକୁ ପଡିବ ବୋଲି ଉପସ୍ଥିତ ଅତିଥଗଣ ମତ ପ୍ରକାଶ କରିଥିଲେ। ପରେ ହରିଶଙ୍କର ଝରଣା ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରିବା ସହିତ ଗ୍ରାମବାସୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ଆଶିଷ ଜୈନ, ରକ୍ଷକ ତାଲିମଦାତା ଡଃ ରତିକାନ୍ତ ରଥ, ଜାତୀୟ ସ୍ତର ପ୍ରଶିକ୍ଷକ ଅଙ୍କୁଶ ଶର୍ମା, ଖଲିଆପାଲି ଉଚ୍ଚ ବିଦ୍ୟାଳୟର
ଜୁନିୟର ରେଡକ୍ରସ କାଉନ୍ସେଲର ଦୁର୍ଯ୍ୟୋଧନ ପଶାୟତ, ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ତଥା ପ୍ରକୃତି ବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡଃ ଦୈତାରୀ ପୂଝାରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଘୁନା ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନ୍ସେଲର ପ୍ରଭାକର ଛନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।