-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ସୁବର୍ଣ୍ଣପୁର: ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୁରମୁଣ୍ଡା ଗାଁର ଚିରିତ୍ର ନାଗଙ୍କ ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।ବିଶିମୁଣ୍ଡା ପଂଚାୟତ ବୁରୋମୁଣ୍ଡା ଗାଁର ଚରିତ୍ର ନାଗ ଦୀର୍ଘ ୧୫ବର୍ଷ ଧରି ଏହି ଗାଁରେ ଏକ ଗୋଚର ଜମିରେ ଘର ଦ୍ବାର କରି ରହିଆସୁଥିବା ବେଳେ ତାଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ , ରାସନ କାର୍ଡ ସହିତ ସ୍ଥାୟୀ ବାସିନ୍ଦାରର ପ୍ରମାଣ ପତ୍ର ରହିଛି । ଦୀର୍ଘ ବର୍ଷ ଧରି ନିଜ ପିଲାଛୁଆଙ୍କୁ ଧରି ଚରିତ୍ର ଏହି ଗାଁରେ ରହିଆସୁଥିବା ବେଳେ ଏବେ ସେହି ଗାଁ ସାହିର ଖଗେଶ୍ବର ସୁନା ତାଙ୍କୁ ସେହି ସ୍ଥାନ ଖାଲି କରି ଅନ୍ୟତ୍ର ପଳାଇବାକୁ ଧକମ ଦେବା ସହିତ ନା ନା ପ୍ରକାର ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।ଚରିତ୍ର ଏହି ସମସ୍ୟା ନେଇ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପୋଲିସକୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ ଗୁହାରୀ ନ ଶୁଣିବାରୁ ସେ ଏବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚରିତ୍ରଙ୍କ ପରିବାର ଉପରେ ହେଉଥିବା ଅନ୍ୟାୟର ଉଚିତ ବିଚାର କରି ସଠିକ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।