-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ପାଟଣାଗଡ //ସାର ସହ ଗୋଦାମରେ ରହିଛି ଶିଶୁଙ୍କ ଏସଏନପି (special nutrition programme) ଚାଉଳ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବ ଡିଭିଜନର ଯୋଗୀମୁଣ୍ଡା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଶୋକ ଜୈନ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମ ଘରୁ ଏହି ଚାଉଳ ଠାବ କରିଛି ଯୋଗାଣ ବିଭାଗ । ପାଖାପାଖି ୮୨୦ କ୍ଵିଣ୍ଟାଲ ଚାଉଳ ଠାବ ହୋଇଥିବା ଜଣାପଡିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲିଙ୍କ ନିର୍ଦ୍ଦେଶରେ ପାଟଣାଗଡ ସହକାରୀ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ଚାଉଳ ଠାବ କରିଛନ୍ତି । ସାର ଗୋଦାମ ଘରେ ଚାଉଳ ଗଚ୍ଛିତ ରଖାଯାଇଥିବା ଘଟଣାକୁ ଯୋଗାଣ ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି । ଏନେଇ ପାଟଣାଗଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଗ୍ରହଣ କରିନାହାନ୍ତି