-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : କେଉଁଠି ଭିତ୍ତି ଭୁମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷି ତ କେଉଁଠି ଭିତ୍ତିଭୁମି ଥାଇ ହେଉନି ବ୍ୟବହାର । ଚାଷିଙ୍କ ପେଟରୁ କାଟି ସରକାର ଭିତ୍ତିଭୁମିର ବିକାଶ କରୁଥିବାବେଳେ ଚାଷି ଭିତ୍ତିଭୁମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । ସରକାର ସବୁ ଦେଖି ଚୁପ ସାଜିଥିବାବେଳେ ସରକରାରୀ ଅର୍ଥ ଅ।ତ୍ମସାତ କରି ମାଲେମାଲ ହେଉଛନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀ । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷି । ଗେଟରେ ଝୁଲୁଛି ତାଲା । ଭିତରେ ଯାହାକୁ ଯେତେ ଘର ଦ୍ବାର । ଚକାଚକ ବଡ ବଡ କୋଠା । ଲାଗିଛି ୱେଟ ବ୍ରିଜ । ତେବେ ଏହା ବ୍ୟବହାର ବହୋଇ ଭୁତ କୋଠି ପାଲଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିୟନ୍ତ୍ରୀତ ବଜାର କମିଟିର
ବଡଖମାରଠାରେ ଥିବା ମାର୍କେଟ ୟାର୍ଡ । ଦିର୍ଘ 5 ବର୍ଷ ହେବ ଏହି ମାର୍କେଟ ୟାର୍ଡ ବନ୍ଦ ହୋଇ ପଡିଥିବାବେଳେ ଚାଷିଙ୍କ କାମରେ ଅ।ସୁନ ଥିବା ଅଭିଯୋଗ ହୋଇଛି । ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ମାର୍କେଟ ୟାର୍ଡ ବ୍ୟବହାର ନହୋଇ କଳଙ୍କି ଲାଗିଗଲାଣି । ହେଲେ ପ୍ରଶାସନର ଦୃଷ୍ଟିରେ ପଡୁନ ଥିବା ଅଭିଯୋଗ ହୋଇଛି । ଭିତ୍ତି ଭୁମିର ଅଭାବ ଯୋଗୁଁ ବିଭିନ୍ନ ମଣ୍ଡିରେ ଭିଜୁଛି ଚାଷିଙ୍କ ଧାନ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥିବା ଉତ୍ପାଦିତ ଶସ୍ୟକୁ ବିକ୍ରୟ କରିବା ପାଇଁ ମଣ୍ଡିକୁ ନେଇଥିବାବେଳେ ଅଦିନିଅ। ବର୍ଷାରେ ଭିଜୁଛି । ଫଳରେ ବ୍ୟାପକ କ୍ଷତି ସହୁଛି ଚାଷି । ସରକାର କେବଳ ଠିକାଦାର ପୋଷା ନିତିରେ କିଛି କାମ କରୁଥିବାବେଳେ ତାହା ଚାଷିଙ୍କ ହିତରେ ଲାଗି ପାରୁନି । ଏନେଇ ଅଭିଯୋଗ କଲେ ବି ଚାଷିଙ୍କ ପ୍ରତି କାହାରି ଦରଦ ନଥିବା କହିଛନ୍ତି ବିରୋଧୀ । ଫଳରେ ସରକାରୀ ଟଙ୍କାର ଅପବ୍ୟବହରା କରି ମାଲେମାଲ ହେଉଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର ।
ସରକାରୀ ଅର୍ଥକୁ ଅପବ୍ୟବହାର କରି କେବଳ ଠିକାଦାର ପୋଶୁଛନ୍ତି ସରକାର । ଫଳରେ ବଦଳି ପାରୁନି ଚାଷିଙ୍କ ଭାଗ୍ୟ । ଭିତ୍ତିଭୁମିର ଅଭାବରୁ ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ସହୁଛି ଚାଷି । ତେବେ ଚାଷିଙ୍କ ଦୁଖ କେବେ ଶୁଣିବେ ସରକାର ଓ ଏହାର ପ୍ରତିକାର କେବେ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।