-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅଧିନସ୍ଥ ଛେତଗାଁ ଗ୍ରାମର ଚାଷୀ ସତ୍ୟ ପଟେଲ lଚାଷୀ ପଞ୍ଜିକରଣ ନଂ ଏଫଓ୩୧୦୦୦୦୧୩୯୯ ଅନୁଯାୟୀ ଗତ ତା ୦୫.୧୨.୨୦୨୧ରିଖ ରେ କ୍ରମିକ ନଂ ୦୯ ଅନୁସାରେ ୫୧ କ୍ୟୁନଟାଲ ୨୨ କେଜି ଧାନ ପାଇକମାଳ ମଣ୍ଡି ନଂ(ଏମୱାଇ୦୩୧୦୦୭)ରେ ବିକ୍ରୟ କରିଥିଲେ lଏହା ସହିତ ତାଙ୍କ ଛୋଟ ଷ୍ଟେଟ ବ୍ୟାଙ୍କ ଏକାଉଣ୍ଟ୍ ଏସି ନଂ-୩୦୫୬୦୧୬୮୫୮୬ ରେ ଟଙ୍କା ପକାଇବାପାଇଁ ଲେଖିଜଣାଇଥିଲେ lହେଲେ ତାଙ୍କ ଉକ୍ତ ଜମାଖାତା ନଂ କୁ ଛୋଟ ଏକାଉଣ୍ଟ୍ ଯୋଗୁଁ ଟଙ୍କା ପଡୁନାହିଁ ବୋଲି ମଣ୍ଡି ଅଧିକାରୀ କହିବାରୁ ଆଉଏକ ବଡଖାତା ଏସଡିସିସି ବ୍ୟାଙ୍କ ରେ ଖାତା ଖୋଲି ଜମାଖାତାନଂ-୦୩୦୦୫୩୦୨୭୯୦୬ କୁ ମଣ୍ଡି ଅଧିକାରୀ ଙ୍କୁ ଗତ ତା ୦୩.୦୧.୨୦୨୨ରିଖ ରେ ପ୍ରଦାନ କରିମଧ୍ୟ ଅଦ୍ୟାବଧି କଷ୍ଟ ଅର୍ଜିତ ସୁନାର ଫସଲ ବିକି ଟଙ୍କା ପାଇବାରୁ ବଞ୍ଚିତ ଅଟନ୍ତି lଏ ସମ୍ପର୍କରେ ଶ୍ରୀ ପଟେଲ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଅବଗତ କରିଥିଲେ ସୁଦ୍ଧା ଅଦ୍ୟାବଧି ସେମାନେ ନିରବଦ୍ରଷ୍ଟା ସାଜି କୈାଣସି ପ୍ରକାଶ ପଦକ୍ଷେପ ନେଇ ନାହାନ୍ତି lଏଥିପ୍ରତି ଜିଲ୍ଲାପାଳ ମହୋଦୟା ଦୃଷ୍ଟି ଦେବାକୁ ଶ୍ରୀ ପଟେଲ ଦାବି କରନ୍ତି