-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ସୁବର୍ଣ୍ଣପୁର, ସମଗ୍ର ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଏବଂ ଗ୍ରାମ୍ୟାଞ୍ଚଳରେ କରୋନାର ତୃତୀୟ ଲହର ପୀଡିତଙ୍କ ସଂଖ୍ୟା ର ଦ୍ରୁତ ଅଭିବୃଦ୍ଧିକୁ ଲକ୍ଷ୍ୟ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏ ଦିଗରେ ଶିଶୁ ବିକାଶ ବିଭାଗର ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ କୋଭିଡ କୁ ତୃଣମୂଳ ସ୍ତରରେ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ଦିଶା ନିର୍ଦେଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି l ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ଆଜି ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଡ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଜିଲ୍ଲା ସଂଯୋଜକ-ଏକ୍ସନଏଡ଼ ରାକେଶ ପ୍ରଧାନ, ଏବଂ ଡି ପି ଏମ ଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା l
ଶିଶୁ ବିକାଶ ବିଭାଗର ଅଙ୍ଗନବାଡି କର୍ମୀମାନେ ଗ୍ରାମ୍ୟାଞ୍ଚଳରେ ତୃଣମୂଳ ସ୍ତରରେ ରହି କାର୍ଯ୍ୟ କରୁଥିବାରୁ ଏହି ଅଧିକାରୀ ମାନେ ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷିତ କରିବେ, ଯଦ୍ୱାରା ହୋମ ଆଇସୋଲେସନରେ ରହିଥିବା କୋଭିଡ ରୋଗୀମାନଙ୍କୁ ସିଧାସଳଖ ଭାବେ ଚିକିତ୍ସା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ବିଶେଷ ସେବା ଯୋଗାଇବା ସହିତ ଭାବ ବିନିମୟ କରିପାରିବେ l ପୁନଶ୍ଚ ଜିଲ୍ଲାରେ କାର୍ଯ୍ୟ କରୁଥିବା ରାପିଡ଼ ରେସପୋନ୍ସ ଟିମ ସହିତ ଯୋଗାଯୋଗ କରି ତୁରନ୍ତ ବିହିତ ପଦକ୍ଷେପ ନେବା ସହିତ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଚି଼ହ୍ନଟ କରି ସେମାନଙ୍କ କୋଭିଡ ପରୀକ୍ଷା କରାଇବାରେ ସହଯୋଗ କରିବେ l ଏହା ସହିତ କୋଭିଡ ସମ୍ପର୍କିତ ଗୁରୁତର ଅସୁସ୍ଥ ଥିବା ଏବଂ ବିଶେଷ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ତୁରନ୍ତ ସ୍ୱତନ୍ତ୍ର କୋଭିଡ ଚିକିତ୍ସା କେନ୍ଦ୍ର ମାନଙ୍କୁ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି lକରୋନା ରୋଗୀମାନଙ୍କ ପାଇଁ ପୂର୍ବରୁ ଦୁଇଟି ଉତ୍ସର୍ଗୀକୃତ ଚିକିତ୍ସାକେନ୍ଦ୍ର ,ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ସୋନପୁର ଏବଂ ଡୁଙ୍ଗୁରିପାଲି ରେ ସମସ୍ତ ସୁବିଧା ଥାଇ କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟାନ୍ୟ ଡାକ୍ତରଖାନା ଉପରୁ କରୋନା ଚାପ ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୋନପୁର ଟାଉନହଲ ରେ ଗୋଟିଏ ଶହେ ଶଯ୍ୟା ବିଶିଷ୍ଟ ଏବଂ ବିନିକା ବିଜ୍ଞାପିତ ଅଞ୍ଚଳ ଟାଉନ ହଲ ରେ ଗୋଟିଏ ଏବଂ ତରଭା ବିଜ୍ଞାପିତ ଅଞ୍ଚଳ ବାଳକ ଉଚ୍ଚବିଦ୍ୟାଳୟ ପରିସର ରେ ଗୋଟିଏ ଲେଖାଁଏ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ ଚିକିତ୍ସା କେନ୍ଦ୍ରର ସ୍ଥାପନା କରାଯାଇଛି l ଏହାଦ୍ୱାରା କୌଣସି ପରିସ୍ଥିତିରେ ବି ସ୍ଵତନ୍ତ୍ର ଓ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା କୋଭିଡ ରୋଗୀମାନଙ୍କୁ ବିଶେଷ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ l
ତୃତୀୟ ଲହରରେ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୪୩୫ ଟି ଏକ୍ଟିଭ କେସ ଚିହ୍ନଟ ହେଇଥିବା ବେଳେ ୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ଉକ୍ତ ଦିନ ସମୁଦାୟ ୧୯୦୪ ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ୪୩୦୪ ଜଣକୁ କରୋନ ଟୀକା ଦିଆଯାଇଛି । ଜିଲ୍ଲାରେ କରୋନା ଜନିତ କୌଣସି ମୃତ୍ୟୁ ଚିହ୍ନଟ ହୋଇନାହିଁ ଏବଂ ସାମୁହିକ ରିକଭରୀ ହାର ୯୬.୧୭ ପ୍ରତିଶତ ରହିଛି । ଆଜି ଜିଲ୍ଲାପାଳ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳ ଗସ୍ତ କରି ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ କୋଭିଡ ସମ୍ବନ୍ଧୀୟ ବିଶେଷ ଆଲୋଚନା କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ତା ୧୭ ଜାନୁଆରୀ ରୁ ଏଠାରେ କାର୍ଯ୍ୟକାରୀ ହେବାକୁଥିବା ୨୦ ଶଯ୍ୟା ବିଶିଷ୍ଟ କୋଭିଡ କେନ୍ଦ୍ର ପରିଦର୍ଶନ କରିଛନ୍ତି I କୋଭିଡ ରୋଗୀ ଚିହ୍ନଟ ଏବଂ କଣ୍ଟାକ୍ଟ ଟ୍ରେସିଂ ସମୟରେ ଜନସାଧାରଣ ଅକୁଣ୍ଠିତ ଭାବରେ ପ୍ରଶାସନ କୁ ସହଯୋଗ ର ହାତ ବଢ଼ାଇବା ପାଇଁ ଜିଲ୍ଲାପାଳ ସମଗ୍ର ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି l ପୁନଶ୍ଚ ଜିଲ୍ଲାର ସମସ୍ତ ଜନସାଧାରଣ ସରକାରଙ୍କ ଦ୍ୱାରା ନିର୍ଦେଶିତ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି l