-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ପଦ୍ମପୁର:-କୁମ୍ଭାରୀ ଓ କନବାର ଗ୍ରାମରେ ପୃଥକ ପୃଥକ ଭାବରେ ସମ୍ବଲପୁରୀ ଭାଷା ସାହିତ୍ୟର ଦିଗଦ୍ରଷ୍ଠା ତଥା ଭୁଖା ଫିଲ୍ମର ଲେଖକ ସ୍ବର୍ଗତ ମଙ୍ଗଲୁ ଚରଣ ବିଶ୍ବାଳଙ୍କ ଏବଂ ଚଳଚିତ୍ର ଅଭିନେତା ସ୍ବର୍ଗତ ମିହିର ଦାସଙ୍କ ବିୟୋଗରେ ଶୋକସଭା ପାଳନ କରାଯାଇଛି । ବ୍ରଜେଶ୍ୱରୀ ନୃତ୍ୟକଳା ପରିଷଦର ଭଗବାନ ସାହୁ ସ୍ମୃତିକମିଟି ପକ୍ଷରୁ ଅନୁଷ୍ଠିତ ସଭାକୁ ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ସଂଯୋଜନା କରିଥିବାବେଳେ ପ୍ରଦୀପ କୁମାର ସାହୁ, ରାମଜୀ ପଧାନ,ସେବାନନ୍ଦ ନାୟକ,ଗୋପବନ୍ଧୁ, ସାହୁ,ଧୀରେନ
ସାହୁ,ହର୍ଷ ବେହେରା,ସଚିନ ମହାପାତ୍ର,ରମେଶ ମାଝୀ, ଲୋକପାଳ ପଟେଲ,ସୁମନ୍ତ ବାରିକ ପ୍ରମୁଖ ଏବଂ କନବାର ରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂଘ ପକ୍ଷରୁ ଅଧ୍ୟାପକ ଡ଼.ଶେଷାନ ବିଶିଙ୍କ ସଂଯୋଜନାରେ ମିଶ୍ର ବାରିକ,ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାୟକ,ହଳଧର ବିଶି, ସର୍ବଶ୍ରୀ ଭୋଇ,ଗୋପାଳ ବେହେରା,ହୃଦାନନ୍ଦ ପଧାନ,ପିଛାଲୁ ମେହେର,ଗଣେଶ ବାଗ ପ୍ରମୁଖ ଉଭୟଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସତଗତି ପାଇଁ ଭଗବାନଙ୍କ ଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।