-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବୌଦ୍ଧ,(ପ୍ରେରଣା ଖବର ବ୍ୟୁରୋ) ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲା ଗସ୍ତରେ ଆସି ଜିଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ ଝାଡରାଜିଙ୍ଗସ୍ଥିତ ତଫସିଲଭୁକ୍ତ ଜାତି ଓ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଥିସହିତ ବଡବନ୍ଧ ସ୍ଥିତ ଆବାସିକ କନ୍ୟାଶ୍ରମ,ଲୁଣିବାହାଲ ବାବୁ ଜଗଜୀବନ
ଛାତ୍ରାବାସ ଓ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ପରେ ବୌଦ୍ଧ ମୁଖ୍ୟଚିକତ୍ସାଳୟ ସ୍ଥିତ କୋଭିଡ ଚିକିତ୍ସାଳୟକୁ ଯାଇ କୋଭିଡ ସ୍ଥିତି ନୀରିକ୍ଷଣ କରିବା ସହିତ ଅମ୍ଳଜାନ କାରଖାନା ପରିଦର୍ଶନ କରିଥିଲେ । ଏଥିସହିତ ଚିକିତ୍ସାଳୟ କର୍ମଚାରୀ, ସୂରକ୍ଷା କର୍ମଚାରୀ , ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଦେଖିଥିଲେ । ପରେ ଶ୍ରୀ ସାସମଲ ସର୍କିଟ ହାଉସ ଠାରେ କୋଭିଡ ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଜିଲାରେ କୋଭିଡ ଓ ଓମିକ୍ରନର ମୁକାବିଲା ପାଇଁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ କୁମାର ନାଏକ , ଜିଲାମୁଖ୍ୟ ଚିକିତ୍ସାଅଧିକାରୀ ଡା. ଅଭୟ କୁମାର ଦାସ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, କଣ୍ଟମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ରୀନା ପ୍ରଧାନ,ଡେପୁଟି କଲେକଟର ବିଜୟ କୁମାର ପ୍ରଧାନ , ସହକାରୀ ଜିଲାପାଳ ବିରଞ୍ôଚ ଧରୁଆ, ଏଡିଏମଓ କିଶୋର ଚନ୍ଦ୍ର ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ରୂପକ କୁମାର ମହାପାତ୍ର ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଗକୁ ମକର ସଂକ୍ରାନ୍ତି ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ
ଗ୍ରାମମାନଙ୍କରେ ସଚେତନତାର ଆବଶ୍ୟକତା ଅଧିକ ରହିଛି ବୋଲି ପର୍ଯ୍ୟବେକ୍ଷକ ଶ୍ରୀସାସମଲ ମତବ୍ୟକ୍ତ କରିଥିଲେ । ଜିଲାରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ସଚେତନତା ବାର୍ତ୍ତା , ବେନର ଓ ପୋଷ୍ଟର ଲଗାଇବା , ଗାଁ ଗାଁରେ ପ୍ରଚାର ପ୍ରସାର କରିବା ପାଇଁ ରଥ ବୁଲିବା, ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା , ଗାଁ କଲ୍ୟାଣ ସମିତି ଜରିଆରେ ମାସ୍କ ପିନ୍ଧିବା ପାଇଁ ଶପଥ କରାଇବା , ଏନସିସି , ସ୍କାଉଟ, ଗାଇଡ ଓ ବିଭିନ୍ନ ସଂପ୍ରଦାୟ ସହିତ ଗାଁ ଲୋକଙ୍କୁ ଏହି ସଚେତନତା ପାଇଁ ଦାୟିତ୍ୱ ଦେବା ଆଦି ଉପରେ ଗୁରତ୍ୱ ଦେବା ସହ କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜିବିକାରେ ଯେପରି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସାସମଲ ବୈଠକରେ ଜିଲାପ୍ରଶାସନକୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀସାସମଲ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣାଧିନ ଆଦର୍ଶ କୃଷି ବଜାର ବୁଲି ଦେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଜିଲାପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ ।