-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
କଣ୍ଟାମାଳ (ଅକୃର ସାହୁ) : ଗତକାଲି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କଣ୍ଟାମାଳ ଠାରେ ବାଲ୍ୟବିବାହ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ର ୫୦ ଗୋଟି ବାଲ୍ୟବିବାହ ମୁକ୍ତ ଗ୍ରାମକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢ଼ୀ ବାଲ୍ୟବିବାହ ଆଇନ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ରେ ସଭା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସୁଶାନ୍ତ ଭୋଇ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। ଏଥିରେ ୯ ଜଣ ମହିଳା ପରିଦର୍ଶକା ଯୋଗଦେଇ ବାଲ୍ୟବିବାହ ମୁକ୍ତ ଗ୍ରାମ
ଗଠନ ଉପରେ ଆଲୋଚନା କରିଥିଲେ । ବିଶେଷ ଭାବରେ ବାଲ୍ୟବିବାହ ଗ୍ରାମ ଘୋଷଣା ରେ ପଲ୍ଳବି ମେହେର (ମନମୁଣ୍ଡା କ୍ଷେତ୍ର ପରିଦର୍ଶକା) ୮୦.୭୬% ଗ୍ରାମ କୁ ଏବଂ ଦ୍ବିତୀୟ ରଞ୍ଜିତା ସେଠୀ (ଖଟିଖଟିଆ) ୭୭.୨୭% ଗ୍ରାମ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରିଥିଲେ ସେହିପରି ଉର୍ମିଳା ପରିଡ଼ା (କଣ୍ଟାମାଳ ପରିଦର୍ଶକା) ୪୮.୫୭% ଗ୍ରାମ କୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ପଦକ୍ଷେପ ନେଇଛନ୍ତି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଏବଂ ଉତ୍ତରିଅ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଳ ବ୍ଳକ ର ସମସ୍ତ ପରିଦର୍ଶକା ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ