-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ସୁବର୍ଣ୍ଣପୁର// ସୁବର୍ଣ୍ଣପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ମହାରାଜା ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ସୋନପୁର ମହାନଦୀ ବକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ବନ୍ଧୁମିଳନରେ ୫୦ ଜଣ ପୁରାତନ ଛାତ୍ର ଯୋଗଦେଇଥିଲେ। ଏହି ଅବସରରେ ସଂଘର ସଂଯୋଜକ ସୁଶାନ୍ତ କୁମାର ପଧାନ ବନ୍ଧୁମିଳନର ମୁଖ୍ୟ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିବା ସହ ଦରକାର ସମୟରେ ପରସ୍ପର ପରସ୍ପରକୁ ଯଥା ସମ୍ଭବ ସହଯ୍ୟସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। କୋଷାଧ୍ୟକ୍ଷ ଅମିତ କୁମାର ଅଗ୍ରୱାଲ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଆରୋତ୍ତମ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅସିତ ପୁଝାରୀ, ଫିରୋଜ ମିଶ୍ର, ଅମିତ ଭୋଇ, ଶାନ୍ତନୁ ଭୋଇ, ମହେଶ ବଞ୍ଛୋର, ଆମ୍ବରିଶ ଦାଶ, ସୁଶାନ୍ତ ପଣ୍ଡା, ଅନାଦି ଦଣ୍ଡସେନା, ଯୋଗେଶରଞ୍ଜନ ମିଶ୍ର, ରମାକାନ୍ତ ମିଶ୍ର, ସୁଧୀର ପଣ୍ଡା, ହରେକୃଷ୍ଣ ତ୍ରିପାଠୀ, ରଶ୍ମିରଞ୍ଜନ ମିଶ୍ର ପ୍ରମୁଖ ପୁରାତନ ଛାତ୍ର ଯୋଗଦେଇଥିଲେ।