-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ସୁବର୍ଣ୍ଣପୁର// ଗତ ରାତି ୧୨ ଘଣ୍ଟା ବେଳେ ସୋନପୁର ବଡ଼ ବଜ଼ାର ମିଶ୍ର ପଡା ର ଧର୍ମ ପରାୟଣ ମହିଳା ତଥା ସ୍ବର୍ଗତ ନବୀନ କିଶୋର ମିଶ୍ର ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଧନେଶ୍ୱରୀ ମିଶ୍ର ୮୫ ଙ୍କ ପରଲୋକ ଘଟିବାରୁ ଏ ଅଞ୍ଚଳ ରେ ଶୋକ ଖେଳି ଯାଇଛି l ଆଜି ସକାଳ ୯ଘାଣ୍ଟl ବେଳେ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗୀୟl ମିଶ୍ର ଙ୍କ ଶବ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଜୀବନ ବଲ୍ଲଭ ମିଶ୍ର (ଜଏଣ୍ଟ ସେକ୍ରେଟାରୀ ଲ ଡିପାର୍ଟମେଣ୍ଟ ) ମୁଖାଗ୍ନି ଦେଇଥିଲେ l ସାନ ପୁଅ ନିରଞ୍ଜନ ମିଶ୍ର, ବୋହୁ କରୁଣା ରାଣୀ, ବଡ଼ ବୋହୁ ଶୋଭାରାଣୀ, ନାତି ଦେବାଶିଷ, କେଶବ, ଭାଇ ଚମରା ରାମ ତ୍ରିପାଠୀ, ଏଡଭୋକେଟ ହରିନାରାୟଣ ତ୍ରିପାଠୀ, ପୁତୁରା ନିରଞ୍ଜନ ତ୍ରିପାଠୀ, ଏଡଭୋକେଟ ନନ୍ଦ କିଶୋର ତ୍ରିପାଠୀ, ସାମ୍ବାଦିକ ରାଜ କିଶୋର ତ୍ରିପାଠୀ, ବିବେକା ନନ୍ଦ ମିଶ୍ର, ସମାଜ ସେବୀ କିଶୋର ବହିଦାର, ମର ଶରୀର ପାଖରେ ଉପସ୍ଥିତ ଥିବା ବେଳେ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗୀୟା ମିଶ୍ର ଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ l