-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

କିରାବାହାଲ - ଛତାମଖନା ସେତୁ ଉଦ୍‌ଘାଟନ କଲେ ନରସିଂହ, ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟିରୁ ଅଂଚଳ ପାଇଁ ଏହି ସେତୁ ଏକ ଆଶିର୍ବାଦ - ନରସିଂହ

09-Jan-2022



ବଲାଙ୍ଗିର,- ଆଜି ବହୁ ପ୍ରତିକ୍ଷିତ ସୁକତେଲ ନଦୀ ଉପରେ କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ ହୋଇଛି । ଏହି ସେତୁ ପାଇଁ ଲୋକେ ଦିର୍ଘ ଦିନରୁ ଦାବି କରିଆସୁଥିଲେ । ଜାତୀୟ ରାଜପଥକୁ ଆସିବା ପାଇଁ ସୁକତେଲ ଆରପଟରେ ଥିବା କିରାବାହାଲ, ରାଣିପାଲି, ଖଲିଆପାଲି, ସେମିଲିଆ, ରାମସିଂହା, ଧମନାସର ଇତ୍ୟାଦି ଅଞ୍ଚଳର ଲୋକଙ୍କୁ ୧୫ କିମି ପର୍ଯ୍ୟନ୍ତ ବୁଲିବାକୁ ପଡୁଥିଲା । ଏହି ସେତୁଟି ବର୍ତ୍ତମାନ ଏହି ଦୂରତ୍ୱକୁ ୫ କିମିକୁ ନେଇ ଆସିଛି । ଏଣୁ ଏହି ସେତୁଟି  ନିଶ୍ଚିତ ଭାବରେ ଗମନା ଗମନ, ସାମାଜିକ ଓ ବୈବଷାୟିକ ଦୃଷ୍ଟିକୋଣରୁ ଏହି ଅଂଚଳ ପାଇଁ ଏକ ଆଶିର୍ବାଦ ଅଟେ  ବୋଲି ଆଜି କିରାବାହାଲ, ଛତାମଖନା ସେତୁର ଲୋକାର୍ପଣ ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହି ପରିପ୍ରେକ୍ଷିରେ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କ ଏକତା ଥିଲେ ଏପରି ବିକାଶମୂଳକ କାର୍ଯ୍ୟରେ ସହଜରେ ସଫଳତା ମିଳେ ବୋଲି କହିଥିଲେ । ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ସେତୁ ଲମ୍ବ  ୨୫୦ ମିଟର ଏବଂ ଏହା ୨୦୧୮ ମସିହା ଜୁନ ମାସ ୨ ତାରିଖ ଦିନ ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଆଜିର ଏହି ଲୋକାର୍ପଣ ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକଙ୍କୁ ଏହି ଅଂଚଳର ସହସ୍ରାଧିକ ଲୋକ ଏନ୍‌ଏଚ୍ ଠାରୁ ସେତୁ ପର୍ଯ୍ୟନ୍ତ ବିକାଶର ନାରା ଦେଇ ପାଛୋଟି ନେଇଥିଲେ । ସେଠାରେ ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ନଳିନିକାନ୍ତ ଦାଶଙ୍କ ଉପସ୍ଥିତିରେ  ବିଧିବଦ୍ଧ ଭାବେ ଫିତାକାଟି ସେତୁର ଉଦ୍‌ଘାଟନ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଖଲିଆପାଲି ସରପଞ୍ଚ ରାଣିମା ପାତ୍ର, ଚନ୍ଦନଭାଟି ସରପଞ୍ଚ ମିନା କୁମାରୀ ଭୋଇ, ସହକାରୀ ଯନ୍ତ୍ରୀ ଖକେନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଭିତ୍ତିପ୍ରସ୍ତର ପରେ ପରେ କିରାବାହାଲ ଠାରେ ଏକ ବିରାଟ ସାଧାରଣ ସଭାରେ ସ୍ଥାନୀୟ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରତିଉତ୍ତରରେ ଶ୍ରୀ ମିଶ୍ର ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସମଗ୍ର ଅଂଚଳର ଲୋକେ ଯେମିତି ରାସ୍ତା, ବିଜୁଳି ଓ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଂଚିତ ନ ହେବେ ତାହାକୁ ଦୃଢ ନିଶ୍ଚିତ କରାଯିବ ବୋଲି କହିଥିଲେ । ତାହା ସହ ଅଂଚଳରେ ଥିବା ବିଧବା, ବିକଳାଙ୍ଗ ୩୫ ବର୍ଷରୁ ଉର୍ଦ୍ଧ୍ୱ ରୁ ଅବିବାହିତ ଝିଅ ଯେପରି ସାମାଜିକ ସୁରକ୍ଷା ଯୋଜନାରୁ ଲାଭ ପାଇ ପାରିବେ ସେ ଦିଗରେ ମଧ୍ୟ ସେ ନିଜେ ତତ୍ପରତା ସହ କାମ କରୁଛନ୍ତି ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ଏହା ସହ ସେ ସୂଚନା ଦେଇଥିଲେ ଯେ ଏହି ସେତୁ ରୁ ଅଳ୍ପ କିଛି ଦୂରରେ ଆଉ ଏକ ବିରାଟ ଯୋଜନା ଅନ୍ତଃନଦୀ ଜଳସଂରକ୍ଷଣ ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି । ୧୧୭ କୋଟି ଟଙ୍କାରେ ଟେଣ୍ଡର ପ୍ରକ୍ରିୟା ସରି ନିର୍ମାଣକାରୀ ସଂସ୍ଥା ଚୁଡାନ୍ତ ହୋଇସାରିଛି ତାହା ମଧ୍ୟ ଆଉ ଦୁଇ ମାସ ପରେ କାର୍ଯ୍ୟ ଆରମ୍ଭ ହୋଇଯିବ । ଦୁଇ ତିନି ବର୍ଷ ପରେ ଆପଣମାନେ ଦେଖିବେ ଏହି ସୁକତେଲ ନଦୀରୁ ଉଭୟ ପଟେ ଶସ୍ୟା ଶାମାଳା ସବୁଜିମାରେ ଭରିଯିବ । ଚିର ପ୍ରପିଡିତ ଏହି ଅଂଚଳ ଭୂତଳ ଜଳ ସଂରକ୍ଷଣ ଯୋଗୁଁ ଜମିର ଉର୍ବରତା ବଢିବ । ଲୋକଙ୍କ ଅମଳର ମାତ୍ରା ମଧ୍ୟ ବଢି ସେମାନେ ଦୁଇ ପଇସା ଭଲ ରୋଜଗାର କରି ପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା, ଉମାଶଙ୍କର ପଣ୍ଡା, ଶୂଭ୍ରାଂଶୁ ପଣ୍ଡା, ବୁଲୁ ଦାନି, ଲୋପନ ମିଶ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like