-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା ଓ ସଂଜୀବ ଦାସଙ୍କ ରିପୋର୍ଟ) / କରକ ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ,କଳାହାଣ୍ଡି ଜ଼ିଲ୍ଲା ସାହାଜ ଖୋଲ ବଣ ପାହାଡ଼ ଭିତରେ ରହିଛି ଦର୍ଶନୀୟ ସ୍ଥାନ କରକ୍ l ଏହି ଜଳପ୍ରପାତର ସୌନ୍ଦର୍ଯ୍ୟର ଦୃଶ୍ୟ ଲୋକଲୋଚନକୁ ଆଣିବା ପାଇଁ ଆଜି ଆମ ପ୍ରତିନିଧି କୋକସରା ଠାରୁ ଆମପାଣି ଦେଇ କରକ ଜଳପ୍ରପାତ ନିକଟରେ ପହଂଚିଥିଲେ ! ଏହି ଜଳପ୍ରପାତ ଆମପାଣି ଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ରହିଛି ! ଶୀତଦିନ ବା ନୂଆବର୍ଷ ଆରମ୍ଭରୁ ଜ଼ିଲ୍ଲାରୁ ତଥା ବାହାର ଜ଼ିଲ୍ଲାରୁ ବହୁ ପର୍ଯ୍ୟଟକ ମନଭରି ଉପଭୋଗ କରିବା ପାଇଁ ବା ବଣଭୋଜି କରିବା ପାଇଁ ଛୁଟିଆସନ୍ତି l କରକ ଜଳପ୍ରପାତ ନିକଟକୁ ଯିବାକୁ ହେଲେ ପ୍ରାୟ ୩୦୦ ମିଟର ରାସ୍ତା ବୁଦାମୂଳ ଦେଇ ଯିବାକୁ ହୁଏ ! ରାସ୍ତା ବହୁତ ସଂକୀର୍ଣ୍ଣ ରହିଥିବା ଯୋଗୁଁ ଚାଲିକି ଯିବାର ବହୁତ ଅସୁବିଧା ଦେଖାଯାଏ !
ବେଳେ ବେଳେ ରାସ୍ତାରୁ ତଳକୁ ଖସି ଯିବାର ସମ୍ଭାବନା ମଧ୍ୟ ରହିଥାଏ l ଏହି କରକ ଜଳପ୍ରପାତକୁ ଜ଼ିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ନ ହେଉଥିବା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥାଳୀ କଳାହାଣ୍ଡି ଜ଼ିଲ୍ଲାର ମାନଚିତ୍ରରୁ ହଜିବାକୁ ବସିଲାଣି ! ଏହି କରକ ଜଳପ୍ରପାତ ସାହାଜଖୋଲ ଜଙ୍ଗଲ ଭିତରେ କୁଳୁକୁଳୁ ଝରଣାର ଶବ୍ଦରେ ପର୍ଯ୍ୟଟକଙ୍କୁ ମନ ମୋହିତ କରିବାରେ
ଲାଗିଛି ! ଆଗାମୀ ଦିନ ପାଇଁ ଏହି ଦର୍ଶନୀୟ ସ୍ଥାନକୁ ଯିବା ପାଇଁ ରାସ୍ତାର ସୁବିଧା କରାଯାଇ ଲୋକଙ୍କ ପାଇଁ ବିଶ୍ରାମଗାର ର ସୁବିଧା କଲେ ଲୋକେ ଉପକୃତ ହୋଇପାରିବେ ବୋଲି ଜନମତ ପ୍ରକାଶ ପାଇଛି l ଏହି ସ୍ଥାନକୁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ କରାଯାଇ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦିଆଗଲେ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଲlଗି ରହିବ l ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୀଠ ଟି ଆଗାମୀ ଦିନରେ କଳାହାଣ୍ଡି ଜ଼ିଲ୍ଲାର ମାନଚିତ୍ରରୁ ହଜିଯିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି l