-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ସୁବର୍ଣ୍ଣପୁର / ଆଜି ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଈ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖ ରେ କୋଭିଡ଼ କଟକଣା ସହିତ ସମର୍ପଣ ହୋଇଛି ୨୦୨୨-୨୩ ର ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା । ଏହି ପଞ୍ଜିକା ର ବିଶେଷତ୍ୱ ହେଉଛି ଯେ, ସାରା ଓଡ଼ିଶାର ପର୍ବ ପର୍ବାଣୀ ର ତିଥି ଓ ନୂତନ ସର୍ବୋତ୍ତମ ତଥ୍ୟ ପ୍ରଦାନ କରାଯାଇଅଛି । ଏହି ପଞ୍ଜିକା ଦୀର୍ଘ ୨୦୦୮ରୁ ପ୍ରତି ବର୍ଷ ପ୍ରକାଶିତ ହୋଇ ଆସୁଛି । ଆଜି ଏହି ପଞ୍ଜିକା ସମର୍ପଣ ର ବ୍ରହ୍ମ ମୁହୁର୍ତ୍ତ ରେ ଏ ପଞ୍ଜିକା ର ଗଣକ ଜୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି , ବିଶିଷ୍ଟ
ଜୋତିର୍ବିଦ ଗୁଣ ସାଗର ପଣ୍ଡା , କୌଶଳ ବ୍ରହ୍ମା ଗୌର ଚରଣ ନନ୍ଦ , ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ର ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ , ପଣ୍ଡିତ ମନୋରଞ୍ଜନ ପାଢ଼ୀ , ସୁଦୂର କଟକରୁ ଆସିଥିବା ଭାଗ୍ୟଜ୍ୟୋତି ପ୍ରକାଶନ ର ପ୍ରକାଶକ ଶ୍ରୀ ରଞ୍ଜନ କୁମାର ସେନାପତି , ସହଯୋଗୀ ଶ୍ରୀ ଗୁରୁ ପ୍ରସାଦ ରଥ , କର୍ମକାଣ୍ଡ ପଣ୍ଡିତ ବିବେକା ନନ୍ଦ ପଣ୍ଡା , ଚିତ୍ତ ରଞ୍ଜନ ପାଢ଼ୀ ତଥା ଅନେକ ବୁଦ୍ଧିଜୀବୀ , ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।