-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2022
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ): ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ଅନ୍ତରାଷ୍ଟ୍ରୀୟ ଅଗ୍ରୱାଲ ସଭା ଓଡ଼ିଶାର ପ୍ରାନ୍ତୀୟ ସଂଯୋଜକ ଯୁଗଲ କିଶୋର ସୁଲତାନିଆ ଙ୍କ ସହମତି କ୍ରମେ ବଲାଙ୍ଗୀର ଜିଲ୍ଲାରେ ବଲାଙ୍ଗିର ଜିଲ୍ଲା ର ସହ ପ୍ରଭାରୀ ପିଉସ ଜେନ ଏବଂ ଜିଲ୍ଲା ପ୍ରଭାରୀ ମନୀଷ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଅନ୍ତରାଷ୍ଟ୍ରୀୟ ଅଗ୍ରୱାଲ ମହିଳା ସମ୍ମେଳନର କଣ୍ଟାବାଞ୍ଜିରେ ଗଠନ ହୋଇ ଯାଇଛି । ସମାଜସେବୀକା ଭାବେ ପରିଚିତ କିରଣ ଅଗ୍ରୱାଲଙ୍କୁ ସର୍ଵସମ୍ମତି କ୍ରମେ ସଭାପତି ଭାବେ ମନୋନୀତ କରାଗଲା। ମୋନିକା ଗୁପ୍ତା ଙ୍କୁ ସମ୍ପାଦକ, ମମତା ଜୈନ ଙ୍କୁ କୋଷାଧ୍ୟକ୍ଷ, ଉପ ସଭାପତି ଭାବରେ ଲଲିତା ଅଗ୍ରୱାଲ, ସହ-ସଂପାଦକ ଭାବରେ ଶାଲିନି ଜୈନ, ସଂଯୋଜକ ଭାବରେ ଡଲି ଜୈନ ଏବଂ ପରାମର୍ଶଦାତା ଭାବରେ ସୋୟାଲ ଜିନ୍ଦଲ ମନୋନିତ କରାଗଲା । ଆନ୍ତର୍ଜାତୀୟ ଅଗ୍ରୱାଲ ସଭାର ଉପଦେଷ୍ଟା ଶ୍ରୀ କୈଲାଶ ଚନ୍ଦ୍ର ଅଗ୍ରୱାଲ ନୂତନ ନିର୍ବାଚିତ ଶାଖା ଗଠନ ପାଇଁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟ ସମସ୍ତ ସଂଗଠନ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।