-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ରେଳବାଇ ଖେଳ ପଡ଼ିଆରେ ଚାଲିଥିବା ଲୋକାଲ ଡିଉଜ ବଲ କ୍ରିକେଟ ପ୍ରତିଯୋଗିତା ଆଜି ଶେଷ ହୋଇ ଯାଇଛି। ଫାଇନାଲ ଖେଳ କଣ୍ଟାବାଞ୍ଜି ଫ୍ରଣ୍ଡସ ଦଳ ଏବଂ ସେଭେନ ଷ୍ଟାର ଦଳ ମଧ୍ୟରେ ଖେଳା ଯାଇଥିଲା । ସେଭେନ ଷ୍ଟାର ଦଳ ପ୍ରଥମ ବେଟିଂ କରି ୧୨୩ ରନର ଲକ୍ଷ୍ୟ ରଖିଥିଲା, ଯାହାକି ଫ୍ରେଣ୍ଡସ ଦଳ ୨୦ ଓଭର ରେ ସଂଗ୍ରହ କରି ନେଇଥିଲା । ଫ୍ରେଣ୍ଡସ ଦଳ ସେଭେନ ଷ୍ଟାର ଦଳକୁ ୫ ବିକେଟ ରେ ପରାସ୍ତ କରି ବିଜୟୀ ହୋଇଛି । ଆଜିର ଖେଳ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା , ସମାନିତ ଅତିଥି ଭାବେ ସତବୀର ଅଗ୍ରୱାଲ , ଯୋଗ ଦେଇ ଖେଲାଡି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଦଳକୁ ଟ୍ରଫି ସହ ୧୫୦୦୦ ଏଵଂ ରନର ଦଳକୁ ଟ୍ରଫି ସହ ୮୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଆୟୋଜକ କମିଟି ଅଧ୍ୟକ୍ଷ ବରିଆମ ସିଂ ସାଲୁଜା, ସଭାପତି ବାବୁଲାଲ ଖେତ୍ରୀ , ସେକ୍ରେଟାରୀ ରବୀନ୍ଦ୍ର ସେନାପତି , ପୂର୍ବତନ ଖେଳାଳୀ ରାକେଶ କାମ୍ବଲେ ପ୍ରମୂଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିକିଂ ସାଲୁଜା, ବଣ୍ଟୁ ଠାକୁର, ଚିନ୍ତାମଣି ସେଟ, ରାକେଶ ସିଂ, ଦେନ ବିଶି, ସଚିନ ଭରାସାଗର ପ୍ରମୁଖ ସହଯୋଗ କରିଥିଲେ।